ଗୁଜୁରାଳି ନିକଟରେ ବାଇକ ଦୁର୍ଘଟଣା ଘଟି ;ଜ୍ୱାଇଁ ମୃତ ଶଳା ଗୁରୁତର

0
384

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଗୁଜୁରାଳି ଗ୍ରାମ ନିକଟ ବ୍ରିଜ ପାଖରେ ଆଜି ସକାଳ ୧୦ଟା ସମୟରେ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗାଲେରି ଗ୍ରାମର କାଳିଆ ନାଇକ ଏବଂ ଗୁରୁତର ଜଣକ ହେଲେ ତୁରୁମୁ ଗ୍ରାମର ସାଇବ ନାକକ। ଉଭୟ ସମ୍ପର୍କରେ ଜ୍ୱାଇଁ ଓ ଶଳା ବୋଲି ଜଣାପଡିଛି। ଆଜି ସକାଳୁ ଉଭୟ କୌଣସି କାମରେ ବାଇକ ଯୋଗେ ତୁରୁମୁ ଗ୍ରାମରୁ କୁଲାଡ଼ ଅଭିମୁଖେ ଆସୁଥିବା ବେଳେ ଗୁଜୁରାଳି ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲେ। ଫଳରେ ବାଇକ ଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ଘଟଣା ସ୍ଥଳରେ କାଳିଆ ଙ୍କ ମୃତ୍ୟୁ ହୋଇଥିବା ବେଳେ ଶଳା ଗୁରୁତର ଆହତ ହୋଇଥିଲେ। ସ୍ଥାନିୟ ଲୋକଙ୍କ ଉଦ୍ୟମ କ୍ରମେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଚାଲିଛି। ଖବର ପାଇ ଭଞ୍ଜନଗର ପୁଲିସ ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଁଚି ଦୁର୍ଘଟଣା ଗ୍ରସ୍ତ ବାଇକ କୁ ଜବତ କରିବା ସହ ଅଧିକା ତଦନ୍ତ ଜାରି ରଖିଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here