୨୨ କେଜି ଗଞ୍ଜେଇ ଜବତ , ୨ ଜଣ ଗିରଫ

0
417

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପୁଲିସ କୁ ପୁଣି ଆଉ ଏକ ସଫଳତା ମିଳିଛି , ପୁଲିସ ୨ ଜଣ ବ୍ୟକ୍ତି ଙ୍କ ଠାରୁ ୨୨.୫୦୦ କିଲୋ ଗଞ୍ଜେଇ କୁ ଜବତ କରି ଗିରଫ କରିଥିବା ଜଣାପଡ଼ିଛି । ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି କି କୋଷାଗୁମୁଡା ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ଚର୍ଚ୍ଚ ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଛକି ରହିଥିଲା , ଏହି ସମୟରେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ କଣ୍ଟାସରଗୁଡା ଗ୍ରାମର ରୁପେଶ ହରିଜନ ଓ ବରଗାଁ ଗ୍ରାମର କଣ୍ଡା ବିଶୋଇ ଓରଫ ମଙ୍ଗୁତୁରାମ ବିଶୋଇ ଦୁଇଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ । ପ୍ରାୟ ୨୨.୫୦୦ କିଲୋ ଗଞ୍ଜେଇ ସହ ଦୁହେଁଙ୍କୁ ପୁଲିସ ଗିରଫ କରି କୋଷାଗୁମୁଡା ଥାନାରେ କେସ ନମ୍ବର ୪୮/୨୦୨୧ ପ୍ରକାରେ ମାମଲା ରୁଜୁ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here