ଉତ୍କଳ ଦିବସ ପାଇଁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ବକୃତା ପ୍ରତିଯୋଗିତା

0
320

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଉତ୍କଳ ଦିବସ ପାଇଁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ବକୃତା ପ୍ରତିଯୋଗିତା ଗିରି ରୋଡ଼ ବାଳିକା ବିଦ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପାଇଁ ବିଷୟ ଵସ୍ତୁ ଥିଲା ଆମ ଭାଷା ଆମ ଅସ୍ମିତା।ସେହିଭଳି ଯୁକ୍ତ ଦୁଇ ପାଇଁ ବିଷୟ ଥିଲା ଭାଷା ଆନ୍ଦୋଳନରେ ଅବିଭକ୍ତ ଗଂଜାମ ର ଅବଦାନ ଏବଂ ଯୁକ୍ତତିନି ପାଇଁ ବିଷୟ ଥିଲା ସ୍ୱତନ୍ତ୍ର ଗଠନ ଓ ଭାଷା ଆନ୍ଦୋଳନ।ଏଠାରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।ବିଚାରକ ମଣ୍ଡଳୀ ଭାବେ ଓଟିଭି ବ୍ୟୁରୋ ହେଡ ଅଶୋକ ବ୍ରହ୍ମା, ବିଶିଷ୍ଟ ସାହିତ୍ୟିକ ତଥା ଡୁରା ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ବନମାଳୀ ପାଣିଗ୍ରାହୀ , ସାମାଜିକ କର୍ମୀ ଅରୁଣ ଶତପଥୀ ଥିଲେ। ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଏବଂ ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀ ପ୍ରଦୀପ ଗୁରମୟୀ ଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗିତା ହୋଇଥିଲା।

LEAVE A REPLY

Please enter your comment!
Please enter your name here