କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ୨୦୨୦-୨୧ ମସିହାରେ ସର୍ବଭାରତୀୟ ସ୍ତରରେ ପାଇଲେ ଅପୂର୍ବ ସଫଳତା

0
567

ବ୍ରହ୍ମପୁର() ଗୋଟିଏ ବର୍ଷର ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ ହେବା ସହ ଓଡିଶା ଭିତରେ ଏବଂ ବାହାରେ ବଡ ବଡ ଅନୁଷ୍ଠାନ ମାନଙ୍କରେ ସ୍ଥାନ ପାଇବା ନିହାତି ଏକ ବିରଳ ଘଟଣା। ମହାବିଦ୍ୟାଳୟରୁ ୨୨ ଜଣ ପିଲା ଏକା ସାଙ୍ଗରେ ସର୍ବ ଭାରତୀୟ ସ୍ତରରେ ସ୍ନାତକୋତ୍ତର ବିଭାଗରେ ଓଡିଶା ଭିତରେ ପୁରୀ ଏବଂ ବଲାଙ୍ଗୀରରେ ୮ ଜଣ ଏବଂ ଓଡିଶା ବାହାରେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ, AIIA ଦିଲ୍ଲୀ, କଲିକତା, ନାସିକ, ଭୋପାଳ ଏବଂ ଜାମନଗର ଭଳି ବହୁ ନାମୀଦାମୀ ବିଶ୍ୱ ବିଦ୍ୟାଳୟ ତଥା ଭେଷଜ ଅନୁଷ୍ଠାନ ମାନଙ୍କରେ ସ୍ଥାନ ପାଇବା ନିହାତି ଅନୁଷ୍ଠାନ ପାଇଁ ଏକ ଗୌରବର କଥା।

ତେବେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ବିପିନ ବିହାରୀ ଖୁଣ୍ଟିଆ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଯେଉଁ ସବୁ ପିଲା ମନେ ଆଜି ସଫଳତା ପାଇଛି ସେମାନଙ୍କର ଆଗାମୀ ଭବିଷ୍ୟତ ଉଜ୍ବଳ କାମନା ସହ ସେମାନଙ୍କର ଆଜିର ଏ ସଫଳତା ପଛରେ ମହାବିଦ୍ୟାଳୟର ଅନ୍ୟାନ୍ୟ ସହଯୋଗୀ ଅଧ୍ୟାପକ ପ୍ରାଧ୍ୟାପକ ମାନଙ୍କର ପରିଶ୍ରମର ଫଳ ବୋଲି କହିଛନ୍ତି। ତେବେ ଶ୍ରୀ ଖୁଣ୍ଟିଆଙ୍କର କାର୍ଯ୍ୟକାଳ ଭିତରେ ସେ ଯେବେ ଠାରୁ ମହାବିଦ୍ୟାଳୟରେ ଯୋଗଦାନ କଲେ ସେ ଦିନ ଠାରୁ ଅନୁଷ୍ଠାନର ସମସ୍ତ ପ୍ରାଧ୍ୟାପକ ଏବଂ ସହଯୋଗୀଙ୍କୁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଯେପରି ଏକ ସ୍ୱତନ୍ତ୍ର ଶିକ୍ଷା ଶୈଳୀ ସହ ଲୋକଙ୍କର ସେବା କ୍ଷେତ୍ରରେ ଏହି ଅନୁଷ୍ଠାନରୁ ଅନେକ ଯୁବ ଉଦିୟମାନ ଆୟୁର୍ବେଦ ବିଶେସଜ୍ଞ ସମାଜକୁ ଆସିବେ ଲୋକଙ୍କର ପାଇଁ କାମ କରିବେ ସେ ଗୁରୁମନ୍ତ୍ର ସେ ଦେଇଥିଲେ।

ଆଜିର ସଫଳତା ନିହାତି ଭାବରେ କ ଅ ତ୍ରି ସ ଅୟୁର୍ବେଦ ମହାବିଦ୍ୟାଳୟ ଆଙ୍କୁଶପୁର ପାଇଁ ସଫଳତାର ଏକ ମାଇଲ ଖୁଣ୍ଟ ଆଗକୁ ମଧ୍ୟ ଏ ପ୍ରକ୍ରିୟା ସଫଳତା ଜାରି ରହିବ। ତେବେ ଅନୁଷ୍ଠାନରେ ଆଜି ବି ଅନେକ ମୌଳିକ ସମସ୍ୟା ଭିତରେ ଗତି କରୁଛି। ଅନୁଷ୍ଠାନର ଏକ ସ୍ୱତନ୍ତ୍ର ପାନୀୟ ଜଳ ପାଇଁ କୌଣସି ପ୍ରକଳ୍ପ ନଥିବା ବେଳେ ଅତ୍ୟାଧୁନିକ ପରୀକ୍ଷାଗାର ସହ କ୍ଳାସରୁମ ଏବଂ ଛାତ୍ରାବାସର ଆବଶ୍ୟକତା ନେଇ ସେ ସଚେତନ। ପ୍ରାଧ୍ୟାପକ ମାନଙ୍କର ବଦଳି ନୂତନ ପ୍ରାଧ୍ୟାପକଙ୍କୁ ପୁନଃ ସଂସ୍ଥାପନ ଏକ ବଡ଼ ସମସ୍ୟା ଥିବାବେଳେ। ପ୍ରଫେସରଙ୍କର ପଦବି ଅନୁଷ୍ଠାନରୁ ବାହାର ଅନୁଷ୍ଠାନ ମାନଙ୍କୁ ଉଠାଇ ନେବା ଦ୍ୱାରା ଅନେକ ସମୟରେ ଶିକ୍ଷାଦାନରେ ପ୍ରାୟ ବାଧା ପ୍ରାପ୍ତ ହେବାର ସମ୍ଭାବନାକୁ ଚିନ୍ତା କରି ଶ୍ରୀ ଖୁଣ୍ଟିଆ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଆଜି ପ୍ରତିକୂଳ ପରିସ୍ଥିରେ ମଧ୍ୟ ଏତେ ସଂଖ୍ୟକ ପିଲା ସର୍ବଭାରତୀୟ ସ୍ତରରେ ଏତେ ବଡ଼ ସଂଖ୍ୟାରେ ଏଭଳି ଏକ ସଫଳତା ପାଇବା ନିହାତି ଭାବରେ ଓଡ଼ିଶା ଅୟୁର୍ବେଦ ଶିକ୍ଷାର ବିକାଶ ପାଇଁ ବିରଳ ଘଟଣା ଏବଂ ଏହା ଏକ ଉଦାହରଣ ମଧ୍ୟ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ମହାବିଦ୍ୟାଳୟର ବରିଷ୍ଠ ପ୍ରଧ୍ୟାପକ ଡା. ବିମଳ କୁମାର କହିଛନ୍ତି ସେ ୨୦୧୮ ମସିହା ଠାରୁ ଏହି ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିଲା। ତେବେ ଏତେ ବଡ଼ ପରିମାଣରେ ଏଭଳି ଛାତ୍ରଛାତ୍ରୀ ସଫଳତା ପାଇବେ ବୋଲି ସେ ଆଶା କରିଥିଲେ। ଏହି ଅନୁଷ୍ଠାନରୁ ପିଲାମନେ ଜାତୀୟ ସ୍ତରରେ ଏତେ ବଡ଼ ବଡ଼ ଅନୁଷ୍ଠାନରେ ଯୋଗ ଦେବେ ଏବଂ ପୁଣି ଆୟୁର୍ବେଦ ତଥା ଲୋକଙ୍କର ସେବା ପାଇଁ ସମାଜକୁ ଆସିବେ ଏହି ବିଷୟକୁ ନେଇ ସନ୍ତୁଷ୍ଟି ବ୍ୟକ୍ତ କରିଛନ୍ତି। ଆଜି ମହାବିଦ୍ୟାଳରେ ଯେତିକି ଆବଶ୍ୟକ ସେତିକି ପରିମାଣରେ ପ୍ରଫେସର ରିଡର ତଥା ଲେକ୍ଚର ପୋଷ୍ଟ ଖାଲି ଅଛି ଏବେ ବି ଏକ ଲେକ୍ଚର ପଦବୀ ଖାଲି ଅଛି । ଆଜିର ଏ ସଫଳତା ଆଗାମୀ ଦିନ ମାନଙ୍କରେ ଆୟୁର୍ବେଦ ଶିକ୍ଷାରେ ନିଜକୁ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଯୁବକ ଯୁବତୀଙ୍କୁ ନିହାତି ପ୍ରେରଣା ଦେବ।

ତେବେ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ବି.ଏମ.ସି. କମିଶନର ଶ୍ରୀ ବଳିରାମ ଵୋନ୍ଧାର ଯୋଗଦେଇଥିଲେ, ସେ ବି ଜଣେ ଅୟୁର୍ବେଦର ଛାତ୍ର ଥିବା ସହ ମହାବିଦ୍ୟାଳୟର ଆଗାମୀ ଦିନ ମାନଙ୍କରେ ସମସ୍ୟା ଏବଂ ଏହାର ସମାଧାନ ଦିଗରେ ଦୃଷ୍ଟିଦେବେ ବୋଲି ଅଭିମତ ପ୍ରକାଶ କରିଥିଲେ। ଆଜିର ଏଭଳି ସଫଳତା ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେବ ବୋଲି ଅଧକ୍ଷ ଶ୍ରୀ ବିପିନ ବିହାରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here