ବାଲ୍ୟ ବିବାହ ନିଷେଧ ସଚେତନତା ରାଲି

0
357

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଦିନକୁ ଦିନ ବାଲ୍ୟ ବିବାହ ବଢ଼ିବାକୁ ଲାଗିଥିବା ବେଳେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଦେଖିବାକୁ ମିଳିଛି । ଝିଅକୁ ୧୮ ବର୍ଷରୁ ଉର୍ଦ୍ଧ୍ବ ଏବଂ ପୁଅକୁ ସର୍ବନିମ୍ନ ୨୧ ବର୍ଷ ନହେଲେ ବିବାହ ନ କରିବା ପାଇଁ ସଚେତନ କରାଯାଉଛି । ସେହିପରି ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ କ୍ଷେତମୁଣ୍ଡାଳୀ ଗ୍ରାମ ପଞ୍ଚାୟତ ଠାରେ CDPO ଶ୍ରୀମତୀ ମଣିମାଳା ନାଏକଙ୍କ ନେତୃତ୍ୱରେ ବାଲ୍ୟ ବିବାହ ନିଷେଧ ରାଲି କରାଯାଇଥିଲା । ଏଥିରେ ସରପଞ୍ଚ ଶ୍ରୀ ନୀଳାଚଳ ଖିଲାର, ଓ ଅଙ୍ଗନବାଡ଼ି କର୍ମୀ ପ୍ରେମଲତା ଗୌଡ଼, ପୁଷ୍ପାଞ୍ଜଳି ପ୍ରଧାନ, ପିଙ୍କି ପ୍ରଧାନ ଓ ସରସ୍ଵତୀ ସାହୁ । ସହାୟିକା ଭାବେ ଲକ୍ଷ୍ମୀ ପ୍ରଧାନ, ମନୋରମା ଗୌଡ଼, ସୁମତି ବାରିକ ଯୋଗଦେଇଥିଲେ । ଏଥିସହ ଗ୍ରାମର କିଶୋରୀ ବାଳିକା ଓ ମିଶନ ଶକ୍ତି ର ଅନେକ ମହିଳା ଯୋଗଦେଇ “କନ୍ୟା ରତ୍ନ କର ଯତ୍ନ” ନାରା ଦେଇ ଗ୍ରାମର ବିଭିନ୍ନ ସାହିକୁ ବୁଲି ଲୋକଙ୍କୁ ସଚେତନତା କରାଇଥିଲେ ।

ରିପୋର୍ଟ – ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here