ଯୁବ ସ୍ଵେଚ୍ଛାସେବୀଙ୍କ ଅକାଳ ବିୟୋଗ

0
332

ବେଲଗୁଣ୍ଠା(ନ୍ୟୁଜ ଏକ୍ସଟ୍ରା) ଯୁବ ସ୍ଵେଚ୍ଛାସେବୀ ତଥା ଜଣେ ପରୋପକାରୀ ବ୍ୟକ୍ତି ଭାବରେ ଗୋବରା ଅଞ୍ଚଳରେ ପରିଚିତ ଥିବା ଗୋବରା ସ୍ଥିତ ରେବତୀ ନଗର ବାସିନ୍ଦା ଭାସ୍କର ରାଉତଙ୍କ ପୁଅ କେଦାର ନାଥ ରାଊତ ଓରଫ ଗୁଡ଼ୁ (35) ଆଜି ଭୁବନେଶ୍ୱର ସ୍ଥିତ ଘରୋଇ ଡ଼ାକ୍ତରଖାନା କିମସ୍ ରେ ଦିନ 12 ଘଣ୍ଟା 35 ମିନିଟ୍ ସମୟରେ ମୃତ୍ୟୁ ବରଣ କରିଥିଲେ I ଗୁଡୁ କିଛି ଦିନ ହେବ ଯକୃତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ I ସ୍ଵର୍ଗତ ଗୁଡୁ ଅଞ୍ଚଳରେ ଜଣେ ଜଣାଶୁଣା ଯୁବ ସ୍ଵେଚ୍ଛାସେବୀ ତଥା ସ୍ଵେଚ୍ଛାକୃତ ରକ୍ତଦାତା ଭାବରେ ସୁନାମ ଅର୍ଜ୍ଜନ କରିପାରିଥିଲେ I ଆଜି ଏକ ଆମ୍ବୁଲାନ୍ସ୍ ଯୋଗେ ତାଙ୍କ ମର ଶରୀର ଗୋବରା ସ୍ଥିତ ନିଜ ବାସଭବନରେ ପହଞ୍ଚିବା ପରେ ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, କୋଷାଧ୍ୟକ୍ଷ ବିଭୁପାଦ ଜେନା, ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ୱାଳ,ଅଧ୍ୟାପକ ରୋହିତ୍ କୁମାର ମଲ୍ଲିକ୍, ଶିକ୍ଷାବିତ୍ ରାମ କୃଷ୍ଣ ପାତ୍ର, ପୂର୍ବତନ ସରପଞ୍ଚ ପଞ୍ଚାନନ ବିଶ୍ୱାଳ, ଯୁବ ନେତା ନିକୁଞ୍ଜ ସ୍ୱାଇଁ, ସ୍ଵେଚ୍ଛାସେବୀ ସରୋଜ ସ୍ୱାଇଁ, ମନୁ ରାଉତ,ମଦନ ବିଶ୍ୱାଳ, ସୁଶାନ୍ତ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ I ଗୁଡ଼ୁଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗୋବରା ପରିକ୍ରମା କରିବା ପରେ ଗାଆଁ ଶ୍ମଶାନରେ ଶେଷକୃତ୍ଯ ସମ୍ପନ୍ନ କରାଯାଇଥିଲା I ସେ ଦୁଇ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର କୌଣସି ସନ୍ତାନ ସନ୍ତତି ନାହିଁ I ଗୁଡ଼ୁଙ୍କ ମୃତ୍ୟୁରେ ଗୋବରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here