କୋଦଳା ବାଘୁଆ ଠାକୁରାଣୀ ଠାରେ ବି.ଜେ.ପି ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
260

କୋଦଳା()କୋଦଳା ନିକଟସ୍ଥ ବାଘୁଆ ଠାକୁରାଣୀ ଠାରେ ବି ଜେ ପି ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି |ଏହି ଶିବିରରେ କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ଶ୍ରୀ ରଞ୍ଜନ ପୋଲାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଙ୍ଗଠନିକ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ | କୋଦଳା ମଣ୍ଡଳ ସଭାପତି ମଧୁସୂଦନ ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ବକ୍ତା ବରିଷ୍ଠ ଆଇନଯିବି ମୁରଲୀ ଧର ପାଣିଗ୍ରାହୀ ଯୋଗ ଦେଇଥିଲେ |ବରିଷ୍ଠ ନେତା ହରିହର ପଣ୍ଡା, ରାଜ୍ୟ ପରିଷଦ ସଭ୍ୟ ବାଞ୍ଛାନିଧି ରାଉତ, ଜିଲ୍ଲା ପ୍ରତିନିଧି ମନ୍ମଥ ଜେନା, ପ୍ରଭାରୀ ପ୍ରହଲ୍ଲାଦ ସାହୁ, ସଂଯୋଜକ ରମାକାନ୍ତ ଦୋରା, ମନୋଜ ପଲେଇ ଙ୍କ ଉପସ୍ଥିତି ରେ ବି ଜେ ପି ର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବା ସହ ସଂଗଠନ କୁ ସୁଦୃଢ କରିବା ପାଇଁ ଆଲୋଚନା ହୋଇଥିଲା | ଏହି ପ୍ରଶିକ୍ଷଣ ଶିବିରରେ ବି ଜେ ପି ର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ଶେଷରେ ମଠସରସିଂ ମଣ୍ଡଳ ସଭାପତି ମୀନକେତନ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ |

LEAVE A REPLY

Please enter your comment!
Please enter your name here