ଗୋବିନ୍ଦ ବିହାର ଅଞ୍ଚଳରେ ସ୍ୱଛ୍ଥ ଓ ଜରିମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
273

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା ):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ଗ୍ରାମ ପଞ୍ଚାୟତର ଗୋବିନ୍ଦ ବିହାର ଅଞ୍ଚଳରେ ମଙ୍ଗଳବାର ଦିନ ସ୍ୱଚ୍ଛ ଓ ଜରିମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଲୋଚାପଡ଼ା ପଞ୍ଚାୟତ ସରପଞ୍ଚ ମିନତୀ ବେହେରାଙ୍କ ନେତୃତ୍ବରେ ଏହି ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ନିମନ୍ତେ ଗୋବିନ୍ଦ ବିହାର ନାଗରିକ ପରିଷଦ କମିଟିର ମିଳିତ ଉଦ୍ୟମରେ ଲୋଚାପଡା ପଞ୍ଚାୟତ ପିଈଓ ରମେଶ ଚନ୍ଦ୍ର ରଥ, ଯୋଗାଣ ସହାୟକ ସୁଜିତ କୁମାର ପ୍ରଧାନ, ଆରଡବ୍ଲ୍ୟୁଏସ୍ଏସ୍ ଜେଇ ସଚୀନନ୍ଦନ ବିଷୋୟୀ ,ଏସ୍ ସି ଏମ୍ ସୁଧାଂଶୁ ପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।ପ୍ରଥମେ ଗୋବିନ୍ଦ ବିହାର ସ୍ଥିତ ଶାନ୍ତି କଲ୍ୟାଣ ମଣ୍ଡପ ଠାରୁ ବାହାରି ବିଭିନ୍ନ ସାହି ପରିକ୍ରମା କରିବା ସହ ସ୍ଥାନୀୟ ଅଞ୍ଚଳର ପରିବେଶକୁ ସଫା ସୁତରା କରିବା ସହ ଜରି ଓ ଶୁଖିଲା ଅଳିଆ ଆବର୍ଜନାକୁ ଅଲଗା ଅଲଗା କରିବା ପରେ ବାହ୍ୟ ମଳ ମୁକ୍ତ କରିଥିଲେ।ଏହି ଅବସରରେ ଗୋବିନ୍ଦ ବିହାର ନାଗରିକ ପରିଷଦ କମିଟି ସଭାପତି ହରିହର ନାୟକ, ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରା, ଲକ୍ଷ୍ମଣ ପାତ୍ର,ଉପଦେଷ୍ଟା ଭିପି ଭଳଭଦ୍ର ରାଜଗୁରୁ,କୋଷାଧ୍ୟକ୍ଷ ମନମୋହନ ବିଷୋୟୀ,କୋଡିନେଟର ଏସ୍ ସି ସାହୁ,ଯୁଗ୍ମ ସମ୍ପାଦକ ରାଜକିଶୋର ପାଢ଼ୀ, ସୁବାଷ ବେହେରା, ଅଶୋକ କୁମାର ପାଣିଗ୍ରାହୀ,ପ୍ରଫୁଲ୍ଲ ସାହୁ, କାନୁଚରଣ ହୋତା, ବି ସି ମହାଙ୍କୁଡ,ସୁକାନ୍ତ ପ୍ରଧାନ, ଗଣେଶ ପଟ୍ଟନାୟକ, ଦୀପକ କୁମାର ରଥଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here