କୁକୁଡ଼ାଖଣ୍ଡି ସରପଞ୍ଚଙ୍କୁ କୋଭିଡ଼ ଯୋଦ୍ଧାରେ ସମ୍ମାନିତ

0
246

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା) ଚଳିତ ବର୍ଷ ଦକ୍ଷିଣ ଓଡିଶା ନାଟକ ମହୋତ୍ସବର ସମାପନ ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ତଥା ଦକ୍ଷତା ପାଇଁ ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।ତେବେ କୁକୁଡାଖଣ୍ଡି ପଞ୍ଚାୟତର ସରପଞ୍ଚ ଅଦଲ ଚେନେୟାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବରେ କୋଭିଡ଼ ଯୋଦ୍ଧା ସମ୍ମାନ ୨୦୨୧ ପ୍ରଦାନ କରାଯାଇଅଛି। ଅନୁଷ୍ଠାନ ପକ୍ଷରୁ ଉପଢ଼ଉକନ୍ ସହ ସମ୍ମାନ ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ଯୋଗ ଦେଇଥିବା ବେଳେ ସମାନ୍ୱିତ ଅତିଥି ରୂପେ ବାସୁଦେବ ସାହୁକାର ,ଭବାନୀ ଶଙ୍କର ମିଶ୍ର ,ଗଞ୍ଜାମ ଜିଲା ମଞ୍ଚ କଳାକାର ସମ୍ମିଳନୀର ସଭାପତି ଶ୍ରୀ କେ.ବଳରାମ ଦାସ ଏବଂ ସାଧାରଣ ସମ୍ପାଦକ ଶ୍ରୀ ରମେଶ ମହାରଣା ଏବଂ ଈଶା ଭିଜନର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣା ପ୍ରମୁଖ ଶ୍ରୀ ଚେନେୟାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ବିଶ୍ୱ ମହାମାରୀ କରୋନା ସମୟରେ ଲୋକଙ୍କୁ ସେବା ଯୋଗାଇଦେବା ହେଉ କିମ୍ବା ସ୍ଥାନୀୟ ଅଞ୍ଚଳର ଜନାଭିମୁଖୀ ବିକାଶମୂଳକ କାର୍ଯ୍ୟକ୍ରମ କରିବା ସହ ଜଣେ କର୍ତବ୍ୟନିଷ୍ଟ ଯୁବ ରାଜନେତା ଭାବରେ ସାଧାରଣ ଜନତାଙ୍କୁ ଅତି ନିଜର କରିପାରିଛନ୍ତି।ତେବେ ତାଙ୍କର ଏହି କାର୍ଯ୍ୟ ପାଇଁ ଚେନେୟାଙ୍କୁ କୋଭିଡ଼ ଯୋଦ୍ଧା ସମ୍ମାନ ୨୦୨୧ ପ୍ରଦାନ କରାଯାଇଥିଲା। ଏକ ରାଜ୍ୟ ସ୍ତରୀୟ ମଞ୍ଚରେ ଚେନେୟାଙ୍କର ଏଭଳି ସମ୍ମାନ ହାସଲ କରିବା ନିଶ୍ଚିତ କୁକୁଡ଼ାଖଣ୍ଡି ଏବଂ ଗଞ୍ଜାମ ମାଟି ପାଇଁ ନିହାତି ଗୌରବର ବିଷୟ ବୋଲି ଜାଣିବାକୁ ମିଳିଛ

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here