ମହେନ୍ଦ୍ରତନୟା ଜଳ ଶୁଖିଲା; ଜଳ ସଙ୍କଟ ରେ ପାରଳାବାସୀ !

0
296

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଜନସାଧାରଣ କୁହାଯାଉ କି ପାରଳାଖେମୁଣ୍ଡି ଆଖ ପାଖ ନିକଟରେସମସ୍ତ ଗ୍ରାମ ପୁର ପଲ୍ଲୀର ଆବାଳବୃଦ୍ଧବନିତା ଜନଜୀବନ ବଞ୍ଚନ୍ତି କେବଳ ମହେନ୍ଦ୍ରତନୟା ଜଳ ଉପରେ ହିଁ ନିର୍ଭରଶୀଳ ହେଉଥିବା ବେଳେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇନାହିଁ। ବର୍ତମାନ ଯେଉଁ ନଦୀ ର ପାଣି ପାଇଁ ନିର୍ଭରଶୀଳ ହେଉଥିବା ନଦୀ ଯାହା କି ବ୍ରୃନ୍ଦାବନ ପେଲେସ ନିକଟରେ ହାତିବୁଡା ପାଣି ସ୍ଥିର ହୋଇ ମହେନ୍ଦ୍ରତନୟା ବ୍ରୀଜ ପର୍ଯ୍ୟନ୍ତ ବନ୍ଧ ବାନ୍ଧିବା ଭାବେ ସ୍ତିର ପାଣି ଠିଆ ହେଉଥିବା ବେଳେ। ଆଜିର ଦିନରେ ସେହି ଅଞ୍ଚଳରେ ଜଳସୁନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଠାରେ ଏହି ଜଳସୁନ୍ୟ ନଦୀର କୁଳଟି ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ପାଣି ଦେଖୁଥିବା ବେଳେ ସେ ଆଜି ବାଲିମୟ ହୋଇଥିବା ଦେଖିବାକୁ ମିଳିଛି। ପାରଳାଖେମୁଣ୍ଡି ବାସି ଏହି ନଦୀକୂଳରେ ବାଲିମୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଆଜିର ଏହି ମହେନ୍ଦତନୟା ର ପାଣି ସମସ୍ୟା ର କାରଣ ଦେଖିବା ପାଇଁ ମିଳିଛି ଯେ ପଡ଼ସି ଆନ୍ଧ୍ର ପ୍ରଦେଶ ସରକାର କିଛି ଦିନ ପୂର୍ବରୁ ଶ୍ରୀକାକୁଲମ ଜିଲ୍ଲାର ପଲାସା ନିକଟରେ ଏକ ଜଳପ୍ରକଳ୍ପ ଆରମ୍ଭ କରିଥିଲେ ଯାହା କି ପଡ଼ସି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ମେଳିଆପୁଟୁ ମଣ୍ଡଳର ମହେନ୍ଦ୍ରତନୟା ନଦୀରେ ଆଡ଼ିବନ୍ଧ ନିର୍ମାଣ କରି ସେହି ପାଣିକୁ ଆନ୍ଧ୍ର ପ୍ରଦେଶର ଚାଷଜମି ଓ ସାଧାରଣ ଲୋକଙ୍କ ପାଇଁ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ଆରମ୍ଭ କରିବେ ବୋଲି ଜାଣି ଓଡିଶା ସରକାର ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ଡମ୍ବାପୁର ଗ୍ରାମ ନିକଟରେ ମହେନ୍ଦ୍ରତନୟା ଆନିକଟ ପ୍ରକଳ୍ପ ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସିଳାନ୍ୟାସ ୨୦୦୮ମସିହା, ଏପ୍ରିଲ୍ ମାସ ୩୦ତାରିଖରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ସେହି ପ୍ରକଳ୍ପ ର ସିଳାନ୍ୟାସ ସିଳା ରେ ରହିବା ବେଳେ ତାହାର ଫାଇଦା ବର୍ତମାନ ଆନ୍ଧ୍ର ସରକାର ଚଲେଇଲି।ପୋଡସି ଆନ୍ଧ୍ର ପ୍ରଦେଶ ଓଡ଼ିଶାର ଗୋଟିଏ ପରେ ଗୋଟିଏ ମାଡ଼ି ବସିଛି ସ୍ଥଳ,ବାଲି,ପରେ ପାଣି ଦାଦା ଗୀରୀ ଚଳେଇଲି। ବର୍ତମାନ ମେଳିଆପୁଟୁ ନିକଟରେ ଆଡ଼ିବନ୍ଧ ବାନ୍ଧିବା ଯୋଗୁଁ ଓଡ଼ିଶାର ମହେନ୍ଦ୍ରତନୟା ଜଳ ସଙ୍କଟ ଦେଖାଦେବ ବୋଲି ବୁଦ୍ଧିଜୀବୀ ଙ୍କ ଆଲୋଚନା ଆଜି ପ୍ରତ୍ୟଖ୍ୟ ଭାବେ ପରିଲକ୍ଷିତ ହୋଇଛି। ଯାହା କି ପାରଳାଖେମୁଣ୍ଡି ବାସି ଙ୍କ ପାଇଁ ଇତିହାସ ସୃଷ୍ଟି ନଥିବା ପାଣି ସମସ୍ୟା ଆଜି ଦେଖିବାକୁ ମିଳିଛି ପାରଳରେ ପାଣି ସମସ୍ୟା ଦେଖିବା ଆରମ୍ଭ ହେଲା,ଏ ନେଇ ବିଭାଗୀୟ କର୍ତୁପକ୍ଷ ସହ କଥାବାର୍ତ୍ତା କରିଥୁବା ବେଳେ ସେ କହିଛନ୍ତି ବର୍ତମାନ ଚାରି ପାଞ୍ଚ ଦିନ ହେଲା ଜଳର ଲେବେଲ କମିବାରେ ଦେଖାଦେଇଛି। ଯଦି ଏମିତି ହୁଏ ତାହା ହେଲେ ଆଉ ସପ୍ତାହ ଦୁଇ ସପ୍ତାହ ବେଳକୁ ନିଶ୍ଚିତ ଭାବରେ ସମସ୍ୟା ଦେଖାଦେବ ବୋଲି କହିଥାନ୍ତି। ଏହାକୁ ଦେଖି ପାରଳବାସୀ ସମସ୍ୟା ସମାଧାନ କେମିତି ହେବ ଚିନ୍ତାରେ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here