ଚିରିକିପଡା ଶାସନରେ ଜଳ ସ୍ୱଚ୍ଛତା ଦିବସ ପାଳିତ

0
293

ପୋଲସରା(ନ୍ୟୁଜଏକ୍ସଟ୍ରା)ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନରେ ଜଳ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି। ବିଶ୍ବ ଜଳ ସ୍ୱଚ୍ଛତା ଦିବସ ଉପଲକ୍ଷେ ଚିରିକିପଡା ଶାସନ ସରପଞ୍ଚ ସୁଜାତା ସାହୁଙ୍କ ନେତୃତ୍ବରେ ଜଳ ଓ ପରିମଳ ବିଭାଗ ଜିଲ୍ଲା ସଂଯୋଜକ ମହେଶ କୁମାର ତରାଇ, ବିଭାଗୀୟ ଦ୍ଵିତୀୟ କନିଷ୍ଠ ଯନ୍ତ୍ରୀ ସ୍ୱରୁପ କୁମାର ତ୍ରିପାଠୀ, ବିଆରସି ସଂଜୟ ଗୌଡ, ପିଇଓ ପ୍ରଣୟ କୁମାର ପଟ୍ଟନାୟକ, ସମାଜସେବୀ ଚନ୍ଦ୍ରଭାନୁ ସାହୁ, ସମିତି ସଭ୍ୟା ପ୍ରତିନିଧି ମନୋଜ କୁମାର ସାହୁ, ନାଏବ ସରପଞ୍ଚ ଜିତେନ୍ଦ୍ର ନାୟକ, ଗ୍ରାମ ପଞ୍ଚାୟତ ୱାର୍ଡ଼ ସଭ୍ୟ ସଭ୍ଯା ସହ ସମସ୍ତ ଅଙ୍ଗନୱାଡି କର୍ମୀ ବୃନ୍ଦ ଅଙ୍ଗନବାଡି କେନ୍ଦ୍ର-୫ ରେ ଏକ ସଚେତନତା ବୈଠକରେ ଯୋଗଦେଇ ଜଳ ସ୍ବଛତା ଦିବସ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସରପଞ୍ଚ ଶ୍ରୀମତୀ ସାହୁ, କନିଷ୍ଠ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ ଓ ଅନ୍ୟ ସମସ୍ତେ ଜେନା ପୋଖରୀ ଭିତରେ ଓ ପାର୍ଶ୍ୱରେ ଥିବା ଅଳିଆ ଆବର୍ଜନା ସଫା କରିଥିଲେ । ଏଥିସହ ସାହି ସାହି ବୁଲି ଲୋକଙ୍କୁ ସ୍ବଚ୍ଛତା ଉପରେ ସଚେତନତା କରିବା ପାଇଁ “ମୋ ସ୍ବାଭିମାନ ସ୍ୱଚ୍ଛ ଚିରିକିପଡା ଶାସନ” ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here