କାର୍ଗିଲ ଟ୍ରଫି ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
340

ବ୍ରହ୍ମପୁର() କାରଗିଲ ସ୍ପୋଟିଙ୍ଗ୍ କ୍ଲବ୍ ତରଫରୁ ରବିବାର ଠାରୁ ଦିବାରାତ୍ର ଚତୁର୍ଥ କାରଗିଲ ଟ୍ରଫି ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର୍ ପଣ୍ଡା , ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟଉପଟ୍ଟନାୟକ ; ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣା, ବିଜେଡିନେତା ସଂଜିତ ପାଣିଗ୍ରାହି ଓକିଲ ଶିବ ପାତ୍ର ଓ କ୍ରୀଡାବିତ୍ ଅଶୋକ ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ସଭାପତି ପ୍ରମୋଦ କୁମାର ପାତ୍ର ଏଥିରେ ଅଧ୍ୟକ୍ଷତା କରୁଥିଲେ । ମୂଖ୍ୟ ପରିଚାଳକ ଚିନ୍ତାମଣି ନାୟକ ଙ୍କ ତତ୍ତ୍ଵାବଧାନରେ ଏହି ଖେଳ ଅନୁଷ୍ଟିତ ହେଉଅଛି। ।୩୧ ତାରିଖ ଯାଏ ଖେଳ ହେବ। କ୍ଲବ୍ ର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି , ସହ ସଂପାଦକ ସୁକାନ୍ତ ଦାସ ଙ୍କ ସମେତ କ୍ଲବ୍ ର ସମସ୍ତ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here