ଘୁମୁସର ବନଖଣ୍ଡ ବିଶ୍ୱ ବନ ଦିବସ ପାଳିତ

0
290

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଲାଲସିଂ ନର୍ସରୀ ଚାରା ଉଦ୍ୟାନ କେନ୍ଦ୍ର ସଭାଗୃହ ରେ ବିଶ୍ୱ ବନଦିବସ ପାଳନ କରାଯାଇଛି l କାଯ୍ୟକ୍ରମରେ ମୁଖ୍ୟ ବନ ସଂରକ୍ଷକ ସୁଦର୍ଶନ ବାଦୀ ସଭାକାର୍ଯ୍ୟ ଆରମ୍ଭ ରେ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥିଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସମ୍ମାନିତ ଅତିଥିଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼. କୃତିବାସ ବିଶ୍ୱାଳ, ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ, ଅବସର ପ୍ରାପ୍ତ ବନପାଳ ସୁରେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ l ମନୁଷ୍ୟ ସମାଜ ପାଇଁ ଜଙ୍ଗଲ ର ଉପକାରିତା ବିଷୟରେ, ଜଙ୍ଗଲ ଅଭିବୃଦ୍ଧି ହେଲେ ପରିବେଶ ସନ୍ତୁଳିତ ହୋଇରହିବା ସହିତ ମାନବସମାଜ ର ମଙ୍ଗଳ ହୋଇପାରିବ ବୋଲି ମଞ୍ଚାସିନ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ l କାଯ୍ୟକ୍ରମ କୁ ସମାଜସେବୀ ତଥା ଅବସରପ୍ରାପ୍ତ ବନବିଭାଗ କର୍ମଚାରୀ ଶୁଳପାଣି ଶତପଥି ସଂଯୋଜନା କରିଥିଲେ l ଉତ୍ତର ଘୁମୁସର ବନଖଣ୍ଡ ର 12- 13 ଟି ବନ ସୁରକ୍ଷା ସମିତିର ପ୍ରାୟ 20ରୁ 30 ସଭ୍ୟ ସଭ୍ୟା ଉପସ୍ଥିତ ରହି ବନାଗ୍ନୀ କୁ ପ୍ରଶମିତ କରିବା ଦିଗରେ ଶପଥ ନେଇଥିଲେ l “ସ୍ୱାତୀ ” କର୍ମୀ ଅଜିତ ପଣ୍ଡା ଧନ୍ୟବାଦ ଦେଇ ସଭାକାର୍ଯ୍ୟ କୁ ସାନ କରିଥିଲେ l

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here