୩୫ତମ ଅଲ୍ ଇଣ୍ଡିଆ ପୋଷ୍ଟାଲ ସର୍କଲ ଓ୍ବେଟ୍ ଲିଫଟିଙ୍ଗ, ପାଓ୍ବାର ଲିଫଟିଙ୍ଗ ଓ ବେଷ୍ଟ ଫିଜିକ୍ ଟୁର୍ଣ୍ଣାମେଣ୍ଟର ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ରାଜ୍ୟପାଳ।

0
718

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ): ଓଡିଶା ଡାକ ମଣ୍ଡଳ ଆନୁକୂଲ୍ୟରେ ବ୍ରହ୍ମପୁର ସ୍ଥିତ ବିଜୁପଟ୍ଟନାୟକ ସଂସ୍କୃତି ଭବନରେ ଅନୁଷ୍ଠିତ ୪ ଦିନିଆ ୩୫ତମ ଅଲ୍ ଇଣ୍ଡିଆ ପୋଷ୍ଟାଲ ସର୍କଲ ଓ୍ବେଟ୍ ଲିଫଟିଙ୍ଗ, ପାଓ୍ବାର ଲିଫଟିଙ୍ଗ ଓ ବେଷ୍ଟ ଫିଜିକ୍ ଟୁର୍ଣ୍ଣାମେଣ୍ଟ ରବିବାର ରାତିରେ ଉଦଯାପିତ ହୋଇଯାଇଛି। ଏଥିରେ ସମଗ୍ର ଦେଶରୁ ୧୮ଟି ରାଜ୍ଯ ପୋଷ୍ଟାଲ ସର୍କଲରୁ ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୂଖ୍ଯଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ପ୍ରଫେସର ଗଣେଶୀ ଲାଲ ଦେଶର ଚିନ୍ତନ ଓ କର୍ତ୍ତବ୍ଯ ପ୍ରସଙ୍ଗରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୂତିଚାରଣ କରି ଡାକ ବିଭାଗ ପକ୍ଷରୁ ଗାନ୍ଧୀଜୀଙ୍କ ଓଡ଼ିଶା ଓ ବ୍ରହ୍ମପୁରର ସ୍ବତନ୍ତ୍ର ଲଫାପା ଉନ୍ମୋଚନ କରି ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ କୁତିତ୍ୱ ପ୍ରଦର୍ଶନ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ବ୍ରହ୍ମପୁର ଠାରେ ଅନୁଷ୍ଠିତ କରାଯାଇଥିବାରୁ ଡାକବିଭାଗ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିରେ ଚିଫ ପୋଷ୍ଟମାଷ୍ଟର ଜେନେରାଲ ଡଃ ସନ୍ତୋଷ କୁମାର କାମିଲା, ବ୍ରହ୍ମପୁର ପୋଷ୍ଟମାଷ୍ଟର ଜେନେରାଲ ଶ୍ରୀ ଜଳେଶ୍ଵର କହଁର, ସମ୍ବଲପୁର ପୋଷ୍ଟମାଷ୍ଟର ଜେନେରାଲ ଶ୍ରୀ ଲଳିତେନ୍ଦୁ ପ୍ରଧାନ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ପୋଷ୍ଟାଲ୍ ଓ ଜିଲ୍ଲାର ବହୁ ପଦାଧିକାରୀ ଓ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here