ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ”ମୋ କଲେଜ ଅଭିଯାନ “

0
254

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା) ରାଜ୍ୟରେ ଥିବା ସମସ୍ତ ମହାବିଦ୍ୟାଳୟର ସାମାଜିକ, ବୈଷୟିକ ଓ ଅନ୍ୟାନ୍ୟ ଶିକ୍ଷାଉପଯୋଗୀ ଭିତ୍ତିଭୂମିର ବିକାଶ ପାଇଁ ଆଜି ଠାରୁ “ମୋ କଲେଜ ଅଭିଯାନ”ଆରମ୍ଭ ହୋଇଯାଇଅଛି ।ଏହି ଅବସରରେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ଆନୁଷ୍ଠାନିକ ଭାବରେ “ମୋ କଲେଜ ଅଭିଯାନ” ଶୁଭାରମ୍ଭ ଆଜି ଅପରାହ୍ନ ୪ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସି ମାଧ୍ୟମରେ ହୋଇଯାଇଅଛି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ରାଜ୍ୟ ସରକାରଙ୍କ ଏହି ଅଭିଯାନ ଦ୍ୱାରା ପ୍ରତ୍ୟେକ ମହାବିଦ୍ୟାଳୟ ସମାଜ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିବା ସହ ମହାବିଦ୍ୟାଳୟ ପ୍ରତି ସମାଜ ବିଶେଷ କରି ପୁର୍ବତନ ଛାତ୍ରଛାତ୍ରୀ ମାନଙ୍କ ଦାୟିତ୍ୱ ରହିବ ।ଯଦ୍ୱାରା ମହାବିଦ୍ୟାଳୟର ଭିତ୍ତିଭୂମି ଆହୁରି ସୁଦୃଢ ହେବା ସହ ସମାଜର ପ୍ରତ୍ୟେକ ନାଗରିକଙ୍କ କଲେଜ ପ୍ରତି ଦାୟିତ୍ୱବୋଧ ରହିବ । ଆଗାମୀ ଦିନରେ କଲେଜର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ ପାଇଁ ଏହା ଏକ ଆହ୍ୱାନ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଯେତେବେଳେ ସହଯୋଗ କାମନା କରିବେ ସେଥିରେ ସମସ୍ତେ ଏକତ୍ରିତ ହୋଇ ସହଯୋଗର ହାତ ବଢାଇବା ପାଇଁ ଏହା ଏକ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ ।ଏହା ଆଗାମୀ ପିଢ଼ି ପାଇଁ ଏକ ଅନନ୍ୟ ପଦକ୍ଷେପ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବିଶିଷ୍ଟ ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା, ସତ୍ୟନାରାୟଣ ମହାପାତ୍ର,ସନ୍ତୋଷ କୁମାର ସୁବୁଦ୍ଧି, ଗଣମାଧ୍ୟମ ପ୍ରତିନିଧି ତଥା ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ଉପସଭାପତି ପ୍ରଭାତ କୁମାର ସାହୁ, କୋଷାଧ୍ୟକ୍ଷ ବିଭୁପାଦ ଜେନା,ଚନ୍ଦନ କୁମାର ସାହୁ,ଶିବରାମ ଚୌଧୁରୀ, ଶିବପ୍ରସାଦ ମହାପାତ୍ର,ପୁର୍ବତନ ଶିକ୍ଷାର୍ଥୀ ଯୁବ ନେତା ଦିବ୍ୟରଞ୍ଜନ ଦାସ,ଲିଲି ମହାରଣା, ପିଙ୍କି ପାତ୍ର,କେଦାର ପାତ୍ର,ନୀଳାଞ୍ଚଳ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ଅଧ୍ୟାପକ ଡଃ ଗୁରୁମୁର୍ତ୍ତି ନାୟକ, ଅଶୋକ କୁମାର ସ୍ୱାଇଁ, ସପନ କୁମାର ପ୍ରଧାନ, ଅଶୋକ କୁମାର ପ୍ରଧାନ,ପ୍ରଫୁଲ୍ଲ କୁମାର ଜେନା, ଅଜୟ କୁମାର ବିଶ୍ୱାଳ,ରଞ୍ଜିତ କୁମାର ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here