ଆଞ୍ଚଳିକ ଡ଼ିଗ୍ରୀ କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

0
242

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ ମହାବଦ୍ୟାଳୟ ଠାରେ ଭାରତ ସରକାରଙ୍କ ଯୁବ କ୍ରୀଡ଼ା ବ୍ୟାପାର ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନା ଶାଖା, ଯୁବ ରେଡକ୍ରସ୍ ଶାଖା ଓ ମୋ କଲେଜ ଅଭିଯାନ ସହଯୋଗରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ସନାତନ ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ଓ ବକ୍ତବ୍ୟରେ କହିଥିଲେ ଆଜିର ଯୁବ ସମାଜ ନୈତିକତାହୀନ ହୋଇ ପଡ଼ିଛି ଯୁବ ଗୋଷ୍ଠୀ ନିଶାଗ୍ରସ୍ତ ହୋଇ ଅମାନୁଷିକ କାର୍ଯ୍ୟ କରୁଛନ୍ତି, ଏଣୁ ଯୁବ ଗୋଷ୍ଠୀ ମାନଂକୁ ଠିକ୍ ରାସ୍ତାକୁ ଆଣିବାକୁ ସରକାରଙ୍କ ଯୁବ ସଂସ୍କାର କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସନୀୟ । ମୁଖ୍ୟ ବକ୍ତା ତଥା ସାଧନବ୍ୟକ୍ତି ଭାବେ ଯୁବ ରେଡକ୍ରସ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଯୋଗଦେଇ ସଂସ୍କାରର ସଂଜ୍ଞା କଣ ? ଏହାର ପରିଭାଷା ସହିତ ଯୁବ ସଂସ୍କାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାଚୀନ ବେଦ ଉପନିଷଦ ଠାରୁ ଆରମ୍ଭ କରି ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ଼଼ଃ ବିନୋଦ କୁମାର ଦାସ କୃଷି ସଂସ୍କାର, ବିଦ୍ୟା ସଂସ୍କାର ଓ ସମାଜ ସଂସ୍କାର ସହିତ ଯୁବ ସଂସ୍କାର ଓ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଭୂତି ଭୂଷଣ ପ୍ରଧାନ ଓ ଅଧ୍ୟାପିକା ସୁଚରିତା କର ଶିକ୍ଷା ସଂସ୍କାର, ସଂସ୍କୃତିର ମୂଳ ଉତ୍ସ ପରିବାର ଓ ପାରିପାର୍ଶିକ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ତଥା କାର୍ଯ୍ୟକ୍ରମ ସଂଯୋଜକ ଡଃ ପ୍ରମୋଦ କୁମାର ଚୌଧୁରୀ ସଂଯୋଜନା କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ଯୁବ ରେଡକ୍ରସ୍ କାଉନସିଲର ସରୋଜ କୁମାର ନାୟକ ସ୍ବେଚ୍ଛାସେବୀ ଗୋପାଳ ନାୟକ, ସୋମେଶ ପ୍ରଧାନ, ଗଙ୍ଗାଧର ଭୋଇ ଓ ସନିଆ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ବିରଞ୍ଚି ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here