ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସିକା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର

0
261

ଆସିକା (ନ୍ୟୁଜଏକ୍ସଟ୍ରା) ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକର ଵାଲ୍ୟାଆସର ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର ଯୋଗି ପାହାଡ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରଶିକ୍ଷଣ ଶିବିର ମଣ୍ଡଳ ସଭାପତି ଦୁର୍ଯୋଧନ ଖଣ୍ଡୋଳ ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିର ୧୦ ଟି ବିଷୟ ଉପରେ ଆଲୋଚନା ହୋଇଥିଲା।
୧)ଭା.ଜ.ପା.ର ଇତିହାସ ଏବଂ ବିକାଶ
୨ )ବିଚାର ପରିବାର
୩ )ଭା ଜ ପା ଏବଂ ଆମର ଦାୟିତ୍ବ
୪ )ଭାରତର ଵୈଚାରିକ ମୁଖ୍ୟଧାରା ଆମର ବିଚାରଧାରା।
୫ )ବ୍ୟକ୍ତିତ୍ଵ ବିକାଶ।
୬ )ଗତ ଛଅ ବର୍ଷ ରେ ହୋଇଥିବା ଅନ୍ତୋଦୟୀ ପ୍ରଯତ୍ନ।
୭ )ରାଷ୍ଟ୍ରୀୟ ସୁରକ୍ଷା ଓ ସାମର୍ଥ୍ୟ ସହିତ ଆତ୍ମନିର୍ଭରତା।
୮ )ସୋସିଆଲ ମିଡ଼ିଆର ପ୍ରଭାବୀ ଉପଯୋଗ।
୯ )କାର୍ଯ୍ୟପଦ୍ଧତି ଏବଂ ସଂଗଠନ ସଂରଚନାରେ ଆମ ଭୂମିକା।
୧୦ )ରାଜ୍ୟ ର ରାଜନୈତିକ ପୃଷ୍ଠଭୂମି ଏବଂ ଭା:ଜ:ପା:ର ଭୂମିକା କ’ଣ ଉପରେ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବରାଜ ମାହାନ୍ତି , କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପୋଲାଇ, ଘୁମୁସର ଜିଲ୍ଲା ଯୁବ ସଭାପତି ପ୍ରମୋଦ ପଣ୍ଡା, ପ୍ରଶିକ୍ଷକ ପବିତ୍ର ମୋହନ ନାୟକ, ଵୁଢାଆମ୍ଵ ମଣ୍ଡଳ ସଭାପତି ଆଶୋକ ପ୍ରଧାନ,ହରଡାପଦର ମଣ୍ଡଳ ସଭାପତି ପ୍ରସନ୍ନ ସ୍ଵାଇଁ, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ଭଞ୍ଜ, ରବିନ୍ଦ୍ରନାଥ ପୋଲାଇ,ଵିଦ୍ୟନ୍ତ ଚର୍ଚି,ନଵଘନ
ଜେନା,ମନୋଜ ପ୍ରଧାନ,ରାମଚନ୍ଦ୍ର ସ୍ଵାଇଁ, ଶ୍ରୀକାନ୍ତ ମଲ୍ଲିକ,ଶମ୍ଭୁ ପ୍ରସାଦ ଜେନା, ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here