ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେ ଛତୁଚାଷ ପ୍ରଶିକ୍ଷଣ ଶିବିର ଉଦଯାପିତ

0
335

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ। ମାନଙ୍କୁ ଛତୁଚାଷ କ୍ଷେତ୍ରରେ ଅଧିକା ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ଶିବିର ଦ୍ୱିତୀୟ ପର୍ଯ୍ୟାୟ ସ୍ଥାନୀୟ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହ ରେ ଉଦଯାପିତ ହୋଇଯାଇଛି। ଉଦଯାପନି କାଯ୍ୟକ୍ରମରେ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ପ୍ରଶିକ୍ଷଣ ନେଇ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଛତୁ ଚାଷ ପାଇଁ ବ୍ୟବହୃତ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ। ପ୍ରକାଶ ଯେ ପୂର୍ବରୁ ଏହି ମହିଳା ମାନଙ୍କୁ ନେଇ ଏକ ୪ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ବର୍ତ୍ତମାନ ଏହା ଦ୍ୱିତୀୟ ପର୍ଯ୍ୟାୟରେ ଶେଷ ହୋଇଛି। ଗ୍ରାମାଞ୍ଚଳରେ ମହିଳା ମାନେ ନିଜର ଘର କାମ କରିବା ସହିତ ଅଳ୍ପ ଖର୍ଚ୍ଚରେ କମ ଜାଗାରେ କିଭଳି ଉନ୍ନତ ମାନର ଛତୁଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେହି ଉଦେଶ୍ୟରେ ଏଭଳି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା ବୋଲି ଉପଜିଲ୍ଲାପାଳ ଶ୍ରୀମିଞ୍ଜ ବକ୍ତବ୍ୟରେ କହିଥିଲେ। କାଯ୍ୟକ୍ରମରେ ସଂମାନିତ ଅତିଥି ଭାବେ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ,ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦେଶକ ଏସ୍ ରାମା ରାଓ, ଜିଲ୍ଲା କୃଷି ଅଧିକାରୀ ସୁଦୀପ୍ତ କୁମାର ସାହୁ,ସିଡିପିଓ ବିଷ୍ଣୁ ପ୍ରିୟା ସେଠୀ, ସହକାରୀ କୃଷି ଅଧିକାରୀ ଦିବ୍ୟ ରଞ୍ଜନ ମାଝୀ ପ୍ରମୁଖ ଯୋଗ ଦେଇ ଏହି ପ୍ରଶିକ୍ଷଣ ଦ୍ୱାରା ମହିଳା ମାନେ କିଭଳି ରୋଜଗାରକ୍ଷମ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ ଓ ଛତୁ ଖାଇବା ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଶିବିର ରେ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ସୋରଡା ଏବଂ ବେଲଗୁଣ୍ଠାର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ। କାଯ୍ୟକ୍ରମ କୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସମ୍ବିତ ଆଚାର୍ଯ୍ୟ, ପଙ୍କଜ ଲୋଚନ ପ୍ରଧାନ ,ଚିନି ଗୁଲାପି,ସଚିନ କୁମାର ପ୍ରଧାନ,ଜଗବନ୍ଧୁ ମଲ୍ଲିକ,ବିଶ୍ୱନାଥ ମଲ୍ଲିକ ,ଅନିତା ମହାକୁଡ଼, ଅନନ୍ତ ପ୍ରଧାନ,ଟୁନା ମିଶ୍ର, ଜିତେନ୍ଦ୍ର ବେହେରା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here