କାଠ ଗଣ୍ଡି ସହ ଟ୍ରାକ୍ଟର ଜବତ, ଦୁଇ ଗିରଫ

0
295

ବୁଗୁଡା(ନ୍ୟୁଜ ଏକ୍ସଟ୍ରା) ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ, ବାଲିପଦର ସେକ୍ସନ, ବଣପଲ୍ଲୀ ବିଟ୍ ର ଏ.କରଡ଼ାବାଡ଼ି ପାଞ୍ଚାୟତ ଆଶ୍ରମ ଛକରେ ମାର୍ଚ୍ଚ ୨୦ ତାରିଖ ଦିନ ଓଡ଼ି ୦୭ବି ୮୭୯୨ / ୮୭୯୩ ରେଜିଷ୍ଟ୍ରେସନ ନମ୍ବର ଟ୍ରାକ୍ଟର/ଟ୍ରଲି ରେ ପ୍ରାୟ ୩୫ ଘନଫୁଟ ଶାଗୁଆନ ଓ ଗମ୍ଭାରୀ କାଠ ଗଣ୍ଡି ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଦ୍ଵାରା ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦକ୍ଷିଣ ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଶଙ୍କର୍ଷଣ ବେହେରା ଓ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ଙ୍କ ନେତୃତ୍ୱରେ ବୁଗୁଡା ବନପାଳ ଅଭିରାମ ଖିଲ ଓ ବାଲିପଦର ଭାରପ୍ରାପ୍ତ ବନପାଳ କ୍ଷୀରୋଦ ଗୌଡ଼, ବନରକ୍ଷୀ ପ୍ରଶାନ୍ତ କୁମାର ପୋଲାଇ ଓ ବାଳକୃଷ୍ଣ ପାଣିଗ୍ରାହୀ ଏବଂ ପାରାଫରେଷ୍ଟର କର୍ମଚାରୀ ବୃନ୍ଦ ଆଶ୍ରମ ଛକ ନିକଟରେ ବଢ଼ାଉ କରି ଚୋରା ଚାଲାଣ ହେଉଥିବା ଶାଗୁଆନ ଓ ଗମ୍ଭାରୀ କାଠ ବୋଝେଇ ଟ୍ରାକ୍ଟର କୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଏ.କରଡ଼ାବାଡ଼ି ଗ୍ରାମର ସନ୍ତୋଷ ନାୟକ ଓ ବସନ୍ତ ନାୟକ ଦୁଇଜଣଙ୍କୁ ଗିରଫ କରିଛନ୍ତି।ଏନେଇ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ କେଶ ନଂ ୫୮୧ / ୨୦-୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here