ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୫ମ ଲିଗ୍ ମ୍ୟାଚରେ ଆସିକା ଅମରନାଥ କ୍ରିକେଟ କ୍ଳବ ୩ ଓ୍ବିକେଟରେ ବିଜୟୀ

0
342

ହିଞ୍ଜିଳିକାଟୁ(ନ୍ୟୁଜଏକ୍ସଟ୍ରା): ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ୫ମ ଲିଗ୍ ମ୍ୟାଚ ୟଙ୍ଗଷ୍ଟାର କ୍ରିକଟେ କ୍ଳବ, ଧରାକୋଟ ଓ ଅମରନାଥ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଧରାକୋଟ ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଦାରିତ ୨୦ ଓଭର ମଧ୍ୟରୁ ୧୭.୩ ଓଭରରେ ସମସ୍ତ ୱିକେଟ ହରାଇ ୧୨୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ଆସିକା ଦଳ ୧୫.୫ ଓଭରରେ ୭ଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ଅମରନାଥ କ୍ରିକେଟ କ୍ଳବ, ଆସିକା ୨ ଓ୍ବିକେଟରେ ବିଜୟ ଲାଭ କରିଥିଲା । ଆସିକା ଦଳ ପକ୍ଷରୁ ବାବୁନା ୪୮ବଲରୁ ୯ଟି ଚୈକା ଓ ୨ଟି ବିଶାଳ ଛକା ସହାୟତାରେ ଧୁଆଁଧାର ୭୯ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଅତିଥି ଭାବେ ହିଞ୍ଜିଳିକାଟୁ ପୌର ପରିଷଦର ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ବାବୁନାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ରଜତ ପ୍ରଧାନ ଓ ନିଲ ପ୍ରଧାନ ଆମ୍ପାୟର ଦାୟିତ୍ୱ କରିଥିବା ବେଳେ ସ୍କୋରର ଥିଲେ ଦିଲ୍ଲିପ ରାଉତ । ସଚିନ ସେଠି ଧାରା ବିବରଣୀ ପ୍ରଦାନ କରିଥିଲେ । ନିଳାମ୍ବର ସାହୁ, ପ୍ରଭାତ, ତପନ, ଟିକୁ. ଉମା, ପ୍ରଶାନ୍ତ ପ୍ରଧାନ ମ୍ୟାଚ ପରିଚାଳନା କରିଥିବା ବେଳେ ଆୟୋଜକ ଇଗଲ କ୍ରିକେଟ ଟିମର ସଦସ୍ୟ ସହଯୋଗ କରିଥିଲେ । ଶୁକ୍ରବାର ୬ଷ୍ଠ ଲିଗ ମ୍ୟାଚ ପାଇନିୟୋର କ୍ରିକେଟ କ୍ଳବ, ବେଗୁନିଆପଡା ସହ ଡିଲିସିଅସ କ୍ରିକେଟ କ୍ଳବ, ଚେରମାରିଆ ମଧ୍ୟରେ ଅନୁଷ୍ଠିତ ହେବ ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here