ରାଷ୍ଟ୍ରିୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ର ଏକାଭିମୁଖତା ବୈଠକ

0
242

କୋଦଳା(ନ୍ୟୁଜଏକ୍ସଟ୍ରା) ସୂଚନାଯୋଗ୍ଯ ଯେ ତା ୧୯ ମାର୍ଚ୍ଚ ୨୦୨୧ ରିଖ ଦିନ ଗଞ୍ଜାମ ଜିଲ୍ଲାର ରାଷ୍ଟ୍ରିୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ର ଏକାଭିମୁଖତା ବୈଠକ ବ୍ରହ୍ମପୁର ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ଯ ଚିକିତ୍ସା ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଉମାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ସ୍ଵାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ) ଡାକ୍ତର ଭି ସରୋଜିନୀ ଦେବୀ, ଡି ଇ ଆଇ ସି ର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଏସ ଏନ୍ ମୂର୍ତ୍ତି, ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀ, ରାଷ୍ଟ୍ରିୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ର ସହ ପରିଚାଳକ ସନ୍ଦୀପ ତ୍ରିପାଠୀ, ଗଞ୍ଜାମ ଜିଲ୍ଲା ର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ,ସମସ୍ତ ଆୟୁଷ ଡାକ୍ତର,ସମସ୍ତ ବିପିଏମ୍, ଫାର୍ମାସିଷ୍ଟ, ଏ ଏନ୍ ଏମ୍, ସମସ୍ତ ବ୍ଲକ ର ବି.ଇ.ଓ ଏବଂ ସି.ଡି.ପି.ଓ ଯୋଗ ଦେଇ ରାଷ୍ଟ୍ରିୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ। ଶେଷରେ ଗଞ୍ଜାମ ବ୍ଲକ ର ଖଣ୍ଡଦେଉଳୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ରେ କାର୍ଯ୍ୟରତ ଆର୍ ବି ଏସ କେ ଟିମକୁ ଶ୍ରେଷ୍ଠ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନାଯୋଗ୍ଯ ଯେ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର ଙ୍କ ଦୃଢ ଇଛାଶକ୍ତି ଓ କାର୍ଯ୍ୟ ଦକ୍ଷତା ପାଇଁ, ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ବାସ୍ଥ୍ୟସେବାର ବିଭିନ୍ନ କାର୍ଯ୍ୟକ୍ରମରେ ଦିନ କୁ ଦିନ ଉତ୍ତମ ପ୍ରଦର୍ଶନ କରୁଛି ବୋଲି ଆୟୁଷ ଡାକ୍ତର ମନୋଜ କୁମାର ବେହରା ଓ ଡାକ୍ତର ରବୀନ୍ଦ୍ର ସେଠୀ ମତ ଦେଇଛନ୍ତି।

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here