ବିଦ୍ୟୁତ ତାର ସ୍ପର୍ଶରେ ଆସି ମହିଳା ଶ୍ରମିକ ଗୁରୁତର ।

0
261

ପୋଲସରା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଥାନାର ଗୋଚ୍ଛାବାଡ଼ି ଗ୍ରାମରେ ଛାତ କାମ ଚାଲିଥିବା ବେଳେ କାମ କରୁଥିବା ଜଣେ ମହିଳା ଶ୍ରମିକଙ୍କ ଗୋଡ଼ରେ ବିଦ୍ୟୁତ ତାର ଲାଗିବା ଯୋଗୁଁ ତଳେପଡି ଗୁରୁତର ଆହତ ହୋଇଥିବା ଜଣାପଡିଛି। କଳମ୍ବ ଗ୍ରାମ ପଞ୍ଚାୟତର ଋଖାକଣା ଗ୍ରାମର ମହିଳା ଶ୍ରମିକ ସାଇବାଣୀ ପ୍ରଧାନ ଦିନ ମଜୁରିଆ ଭାବେ ଏକ ଘରୋଇ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଗୋଛାବାଡି ଗ୍ରାମର ଏକ ଘରର ଛାତ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଘର ଦେଇ ଯାଇଥିବା ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ତଳକୁ ଫୋପାଡ଼ି ହୋଇ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ପୋଲସରା ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସାଇବାଣୀଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here