ଭଞ୍ଜନଗର ରୁ ଭବାନୀପାଟଣା ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ

0
360

ଭଞ୍ଜନଗର(ନିଲୁ ବିଶୋଇ)ଗତକାଲି ରାତ୍ର ୧୦.୩୦ ମିନିଟ୍ ସମୟରେ ଭଂଜନଗର ରୁ ଭବାନୀପାଟଣା ଯାଉଥିବା ଖମ୍ବେଶ୍ବରୀ ନାମକ ଯାତ୍ରୀବାହୀ ବସ ଦୂର୍ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଏକ ବାଇକ୍ ଚାଳକ କୁ ରକ୍ଷା କରିବାକୁ ଯାଇ ବସ ଚାଳକ ଜଣକ ଭେଜିପୁଟ ନିକଟରେ ଥିବା ଗାଈ ଫାର୍ମ କାନ୍ଥ କୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ବସ ଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ବସ୍ ଡ୍ରାଇଭର ଗୁରୁତର ହୋଇ ଥିବା ବେଳେ ତାଙ୍କୁ ଭଂଜନଗର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ବସ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here