କରୋନା ସଚେତନତା ପାଇଁ ଅଣ୍ଟା ଭିଡ଼ିଲେ ସରପଞ୍ଚ, ସମର୍ଥନ ଜଣାଇଲେ ଅଙ୍ଗନବାଡି କର୍ମୀ

0
449

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ର ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧି, ସମିତି ସଭ୍ୟ ସୁଶାନ୍ତ ସେଠୀ, ଗ୍ରାମରୋଜଗାର ସେବକ ସନ୍ତୋଷ ପାତ୍ର, ଅଙ୍ଗନବାଡି ସୁପରଭାଇଜର ଇନ୍ଦିରା ମହାପାତ୍ର,ଅଲ ଓଡ଼ିଶା ଲେଡ଼ିସ ୱାର୍କରସ ଆସୋସିଏସନ ଦିଗପହଣ୍ଡି ସମ୍ପାଦିକା ସୁଲୋଚନା ରଥ ଏବଂ ସମସ୍ତ ଅଙ୍ଗନବାଡି କର୍ମୀ ପଞ୍ଚାୟତ ର ସମସ୍ତ ଗ୍ରାମକୁ ଯାଇ କରୋନା ସଚେତନ କରିବା ସହ କରୋନା କୁ ଦୂରେଇବା ପାଇଁ ଶପଥ ପାଠ କରେଇ ଥିଲେ।ଅଙ୍ଗନବାଡି କର୍ମୀ ମାନେ ଗ୍ରାମର ପୁରୁଷ ଓ ମହିଳା ମାନଙ୍କୁ ହାତ ସଫା କିପରି କରିବେ ତାହା ରିହାସଲ କରି ବତାଇଥିଲେ, ଘର ଓ ଆଖପାଖ ର ପରିବେଶ ସଫା କରିବେ, ମୁହଁରେ ମାକ୍ସ ,ରୁମାଲ କିମ୍ବା ଲୁଗା ଚାଦର ମାଧ୍ୟମରେ ଢ଼ାଙ୍କି ବାହାରକୁ ବାହାରିବା, ନିଜ ନିଜ ଭିତରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ସେତେଟା ଅତ୍ୟାବଶ୍ୟକ ନ ହେଲେ ପଦାକୁ ନ ବାହାରିବା ପାଇଁ ବାର୍ତା ଓ ଶପଥ ନେବା ପାଇଁ ଅନୁରୋଧ କରିଥିଲେ।ଏହି ସଚେତନତା ବାର୍ତା କୁ ସମସ୍ତ ପଞ୍ଚାୟତ ବାସୀ ସମର୍ଥନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here