ଘର ଟିକସ ସଂଶୋଧନ ଉପରେ ପ୍ରତିବାଦ ଜଣାଇଲା ପିପୁଲ ଫର ଦି ପବ୍ଲିକ୍

0
259

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ପିପୁଲ ଫର ଦି ପବ୍ଲିକ୍ ବ୍ରହ୍ମପୁର ତରଫରୁ ମହାନଗର ନିଗମ କମିଶନର ଙ୍କ ଉଦ୍ଦେଶ୍ୟ ରେ *କେଉଁ ଆଧାରରେ ଓ ଜନଶୁଣାଣୀ କରାନଯାଇ ଘର ଟିକସ ସଂଶୋଧନ କିପରି କରାଗଲା* ତା ଉପରେ ଏକ ପ୍ରତିବାଦ ପତ୍ର ସଂଖ୍ୟା:୦୩/ତା:୧୭.୦୩.୨୦୨୧ରିଖ ମହାନଗର ନିଗମର ଡେପୁଟି କମିଶନରଙ୍କ ମାଧ୍ୟମରେ ଉପସ୍ଥାପନ କରାଯାଇଛି । ମହାନଗର ନିଗମ ତରଫରୁ ଯେଉଁ ଘର ଟିକସ ସଂଶୋଧନ କରିଯାଇଛି ତାହା ଓଡ଼ିଶା ମହାନଗର ନିଗମ ଆଇନ, ୨୦୦୩ର ମହାନଗର ନିଗମର ରାଜସ୍ଵ‌ଆଇନ ସହ ସମ୍ମତ ନୁହଁ । ଉକ୍ତ ଆଇନ ଅନୁଯାୟୀ ଗତ ପାଞ୍ଚ ବର୍ଷ ମଧ୍ୟରେ ଘରର କୌଣସି ପରିବର୍ତ୍ତନ ହୋଇଥିବା ବିଷୟ ମହାନଗର ନିଗମ ର ଦୃଷ୍ଟି ଗୋଚର ହୁଏ ତେବେ ଯାଇ ପାଞ୍ଚ ବର୍ଷ ପୁରଣ ପରେ ହିଁ ଯାଇ ଘର ଟିକସ ସଂଶୋଧନ କରାଯାଇପାରିବ ଏବଂ ଉକ୍ତ ଟିକସ କୁ ଅନିବାର୍ଯ୍ୟ କରିବା ପାଇଁ ମହାନଗର ନିଗମ ତରଫରୁ ଉକ୍ତ ଘର ମାଲିକ ଙ୍କୁ ନୋଟିସ ମାଧ୍ୟମରେ ସୂଚନା ଦେଇ ଶୁଣାଣି କରାଯାଇ ଉକ୍ତ ଘର ଟିକସ ର ଦେୟ ପରବର୍ତ୍ତୀ ପାଞ୍ଚବର୍ଷ ସମୟ ପାଇଁ ଲାଗୁ କରିବା ପାଇଁ ନିୟମ ପ୍ରଣୟନ ହୋଇଥିବା ବେଳେ, ବ୍ରହ୍ମପୁର ମହାନଗର ନିଗମ ଉକ୍ତ ନିତି ନିୟମ କୁ ଉଲଂଘନ କରି ଚଳିତ ଆର୍ଥିକ ବର୍ଷରେ ସମସ୍ତ ଘର ଟିକସ ହୋଲଡର ମାନଙ୍କୁ ଏକା ଥରକେ ଗୋଟିଏ ନିର୍ଦ୍ଦିଷ୍ଟ ଦେୟ ମିଶାଇ ଘର ଟିକସକୁ ସଂଶୋଧନ କରିଛନ୍ତି ଯାହା ଆଇନର ଦୃଷ୍ଟି ରେ ଏକ ଗୁରୁତର ଅବ୍ୟବସ୍ଥା । ଯାହା ଦ୍ବାରା ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ବର୍ତ୍ତମାନ ଘର ମାଲିକ ମାନେ ବର୍ଦ୍ଧିତ ଘର ଟିକସ ପୈଠ କରୁଛନ୍ତି । ମହାନଗର ନିଗମ ର ଏହି ପ୍ରକାରର ପଦକ୍ଷେପ ଏକଚାଟିଆ ଓ ଶୋଷଣ ବୋଲି ଧରାଯିବ । ଏହା ପ୍ରାକୃତିକ ନ୍ୟାୟ ସଙ୍ଗତ ନୁହେଁ ।
ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କେତେ ପ୍ରକାରର ଘର ରହିଛି, ସେଥିରୁ କେତେ ଘର ବାର୍ଷିକ ଚାରି ପର୍ଯ୍ୟାୟରୁ କେଉଁ କେଉଁ ପର୍ଯ୍ୟାୟରେ କେତେ ସଂଖ୍ୟକ ଘର ଆସୁଛି, ଉକ୍ତ ଘର ମାନଙ୍କରେ କ’ଣ କ’ଣ ସବୁ ପରିବର୍ତ୍ତନ ଦେଖାଯାଇଛି ଓ କେଉଁ ସବୁ କାରଣ ଯୋଗୁଁ ମହାନଗର ନିଗମ ଉକ୍ତ ଘର ମାନଙ୍କର ଟିକସ ସଂଶୋଧନ କରିଲେ ତାର କିଛି ନିର୍ଦ୍ଧିଷ୍ଟ ନୋଟିସ ନାହିଁ, ବର୍ତ୍ତମାନ ଯେଉଁ ସଂଶୋଧିତ ଟିକସ ଲାଗୁ କରାଯାଇଛି କେତେ ଘରକୁ ଲାଗୁ ହୋଇଛି, କେଉଁ କେଉଁ ଓ୍ବାର୍ଡରେ ଲାଗୁ ହୋଇଛି, କେଉଁ ପର୍ଯ୍ୟାୟର ଅନ୍ତର୍ଭୁକ୍ତ ସେହି ଘର ଗୁଡ଼ିକ, ଏବଂ କେତେ ଟଙ୍କା/ପ୍ରତିଶତ ଓ କେଉଁ ଆଧାରରେ ରେ ଉକ୍ତ ସଂଶୋଧିତ ଟିକସ ଲାଗୁ କରିଛନ୍ତି ତାର ବିସ୍ତୃତ ଉତ୍ତର ଦେବା ପାଇଁ ଅନୁରୋଧ କରାଯାଇଛି । ଏଥି ସହ ମହାନଗର ଟିକସ ସଂଶୋଧନ ଟ୍ରିବୁନାଲ ଗଠନ କରାଯିବା ପାଇଁ ଦାବି କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ ର ଏହି ଅବ୍ୟବସ୍ଥା ଓ ଆର୍ଥିକ ମାରଣ ନିତୀ ବନ୍ଦ କରିବା ପାଇଁ ପିପୁଲ ଫର ଦି ପବ୍ଲିକ୍ ତରଫରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଙ୍କ ର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here