କୁକୁଡ଼ାଖଣ୍ଡି ବ୍ଲକରେ “ମୋ ନିବେଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ

0
268

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା): କୋଭିଡ଼ ମହାମାରୀର କଟକଣା ଯୋଗୁଁ ବହୁତ ସରକାରୀ ଯୋଜନା ସବୁ ସଙ୍ଗଠିତ ହେବା କଷ୍ଟ ହେଉଛି। ତେବେ ଓଡିଶା ସରକାର ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କର ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା।ଏହି ପରିପ୍ରେକ୍ଷୀରେ ଲୋକଙ୍କର ନିକଟରେ ଜନଶୁଣାଣି କାର୍ଯ୍ୟକ୍ରମକୁ ଅନଲାଇନ ମାଧ୍ୟମରେ ମୋ ନିବେଦନ କାର୍ଯ୍ୟକ୍ରମ କରାଯାଉଅଛି।ଏହି ନିବେଦନ କାର୍ଯ୍ୟକ୍ରମ ଆଜି କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ମାମଲା ଗୁଡିକର ଜନଶୁଣାଣୀ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ବ୍ଲକ ବିଡିଓ ଶ୍ରୀ ଗଦାଧର ପାତ୍ର,ତହସିଲଦାର କଲ୍ୟାଣି ସଂଘମିତ୍ରା,ଏମ୍ଆଇ ପ୍ରଶାନ୍ତ କୁମାର ରାଓ, ଏଇ ସୁଜିତ କୁମାର ତହଲଙ୍କ ସମେତ ବ୍ଲକର ଅନ୍ୟ କର୍ମଚାରୀ ମାନେ ମୋ ନିବେଦନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଏଥିରେ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ କୁକୁଡାଖଣ୍ଡି ପଞ୍ଚାୟତ ଏବଂ ବାଲିପଡା ପଞ୍ଚାୟତର ବିଭିନ୍ନ ସମସ୍ୟା ବୁଝିଥିଲେ ।କୁକୁଡ଼ାଖଣ୍ଡି ପଞ୍ଚାୟତର ସରକାରଙ୍କର ଏକ ଟଙ୍କିଆ ଚାଉଳ ଯୋଗାଣରେ(ଖାଦ୍ୟ ସୁରକ୍ଷା ଆଇନରେ) ନିଜର ନାମ ଯୋଡିବା ପାଇଁ ୪୩ ଜଣ,ମଧୁବାବୁ ପେନସନ ପାଇଁ ୧୮ଜଣ ଏବଂ ୧୯ ଜଣଙ୍କର ଗ୍ରାମ୍ୟ ଗୃହ ନିର୍ମାଣ ଜନିତ ଅଭିଯୋଗ ଉପରେ ଆଜି ଶୁଣାଣି ହୋଇଥିଲା।ଏହି କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ପଞ୍ଚାୟତ ସରପଞ୍ଚ ଅଦଲ ଚେନେୟା ନିଜେ ଉପସ୍ଥିତ ରହି ଲୋକଙ୍କର ସମସ୍ୟା ବିଷୟରେ ସ୍ଥାନୀୟ ବିଡିଓ ଶ୍ରୀ ଗଦାଧର ପାତ୍ରଙ୍କୁ ଅବଗତ କରାଇଥିବା ବେଳେ କୁକୁଡ଼ାଖଣ୍ଡି ପଞ୍ଚାୟତ ପିଇଓ ଦିଲ୍ଲୀପ ଓଡ଼ିଆ ମଧ୍ୟ ଉପସ୍ଥିତ ଥିଲେ।ତେବେ ଏହିଭଳି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କ ସମସ୍ୟାକୁ ଅତି ଗୁରୁତ୍ୱପୂର୍ଣ ସହ ବୁଝିଥିଲେ।ଫଳରେ ସାଧାରଣ ଲୋକେ ଏହି କାର୍ଯ୍ୟକ୍ରମ କୁ ନେଇ ଢେର ପ୍ରଶଂସା କରିଥିଲେ।ଅନୁଷ୍ଠିତ ମୋ ନିବେଦନ କାର୍ଯ୍ୟକ୍ରମରେ ବାଲିପଡା ଏବଂ କୁକୁଡାଖଣ୍ଡି ଗ୍ରାମର ଏନ୍ଆରଇଜିଏସ୍ ପାନୀୟ ଜଳ ସାମାଜିକ ସୁରକ୍ଷା ଭଳି ଅନେକ ବିଷୟରେ ଜନଶୁଣାଣୀ କାର୍ଯ୍ୟକ୍ରମ କରାଯାଇଥିଲା।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here