ସାମରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

0
324

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ବ୍ଲକ ତିଳିସିଙ୍ଗି କ୍ଲଷ୍ଟର ର ସାମରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦିବାକର ସେଠି ସମସ୍ତ ଅତିଥି ଙ୍କୁ ସ୍ୱାଗତ କରିଥିଲେ। କମିଟିର ସମସ୍ତ ସଭ୍ୟ ସଭ୍ୟା ଯୋଗଦେଇଥିଲେ. ସି ଆର ସି ସି ଶ୍ରୀଯୁକ୍ତ ସନ୍ତୋଷ କୁମାର ଗୌଡ଼ ଯୋଗ ଦେଇ ପୋଷାକ ବିତରଣ କରାଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଏକ ହଳ ପୋଷାକ, ଏକ ହଳ ଜୋତା ଓ ଦୁଇ ହଳ ମୋଜା ପ୍ରଦାନ କରା ଯାଇଛି। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଦାଶ, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପ୍ରଧାନ, ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଷୋୟୀ, ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ଶ୍ରୀମତୀ ରୁନୁ ଗୌଡ଼, ଶ୍ରୀମତୀ ନିବେଦିତା ରାଉତ ସହଯୋଗ କରିଥିଲେ। ପାଚିକା କମା ପ୍ରଧାନ ଓ ଦୀପିକା ବେହେରା ସହଯୋଗ କରିଥିଲେ। ଶିକ୍ଷକ ଭବାନୀ ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here