ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡକୁ ୧୫ ହଜାର ଟଙ୍କା ପ୍ରଦାନ କଲେ ଭଞ୍ଜନଗର ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ କୁନି ଝିଅ ଆଦ୍ୟାଶା

0
592

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ ନିଲୁ ବିଶୋଇ ) : କରୋନାର ମୁକାବିଲାକୁ ନେଇ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି , ଶିଳ୍ପ ସଂସ୍ଥା ଓ ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇଚାଲିଛନ୍ତି ।ସେହିପରି ଏହି ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନିଲ କୁମାର ସେଠୀଙ୍କ ଝିଅ ଆଦ୍ୟାଶା। ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୧୫ ହଜାର ଟଙ୍କା ସାହାଯ୍ୟ ର ହାତ ବଢ଼େଇଛନ୍ତି।ସୂଚନାଯୋଗ୍ୟ ଯେ ଗତ ୪ ତାରିଖରେ ଆଦ୍ୟାଶା ଙ୍କର ଜନ୍ମଦିନ ଉତ୍ସବ ଥିଲା।ହେଲେ ଜନ୍ମଦିନରେ ଖର୍ଚ୍ଚ ହେବାକୁ ଥିବା ୧୫ ହଜାର ଟଙ୍କା କୁ ଆଦ୍ୟାଶା ଏହି ବିପତ୍ତି ସମୟରେ ସାହାଯ୍ୟ ସରକାରଙ୍କୁ ଦେବାକୁ ମନସ୍ତ କରିଥିଲେ। ଏହାଦେଖି ତାଙ୍କର ପିତା ତଥା ସ୍ଥାନୀୟ ବିଡ଼ିଓ ଶ୍ରୀ ଅନୀଲ କୁମାର ସେଠୀ ଓ ସମସ୍ତ ଜନସାଧାରଣ ମଧ୍ୟ କୁନି ଝିଅ ଆଦ୍ୟଶା ର ଏହି ମହତ୍ତ ଉଦ୍ଦେଶ୍ୟ କୁ ପ୍ରଶଂସା କରିଛନ୍ତି

LEAVE A REPLY

Please enter your comment!
Please enter your name here