କରୋନା କଟକଣା ମଧ୍ୟରେ ଗଞ୍ଜାମରେ ଦଣ୍ଡନାଚକୁ ପ୍ରଶାସନର ଅନୁମତି

0
340

ଛତ୍ରପୁର(ନ୍ୟୁଜ ଏକ୍ସଟ୍ରା): ଲୋକଙ୍କ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଶେଷରେ ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖିଛି ଜିଲ୍ଲା ପ୍ରଶାସନ | କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି । କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ । ପୂର୍ବ ନିର୍ଦ୍ଦେଶାନାମା ରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି । ବିଭିନ୍ନ ସମୟରେ କଟକଣା କୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡନାଚ କୁ ଅନୁମତି ଦେବା ନିଶ୍ଚିତ ଭାବେ କଳାକାର ମାନଙ୍କୁ ଆଶ୍ବସ୍ତି ଦେଇଛି । ଦୁଇ ଶହ ଲୋକଙ୍କୁ ନେଇ ଦଣ୍ଡନାଚ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା । ତାଠୁ ଯଦି ଅଧିକ ହେଲେ, ଆୟୋଜକ କମିଟି ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ ।ସେହିପରି କୌଣସି ଭୋଜିଭାତ କିମ୍ବା ପ୍ରସାଦ ସେବନ କାର୍ଯ୍ୟକ୍ରମକୁ ବାରଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଆଦୌ ହୋଇପାରିବ ନାହିଁ ବୋଲି କୁହାଯାଇଥିଲା |ଦଣ୍ଡନାଚ ର ପ୍ରାରମ୍ଭ ଓ ନାଟକ ମଞ୍ଚସ୍ଥ ମଝିରେ କରୋନା ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ବାକୁ ନିର୍ଧେସ ଦେଇଛନ୍ତି ଜିଲ୍ଲାପାଳ |ଏଥି ସହିତ ମଞ୍ଚସ୍ଥ ନାଟକରେ ଅଶ୍ଳୀଳ ଡ୍ୟାନ୍ସ କୁ ରୋକ ଲଗାଇବା ସହ ନାଟକ ର ଆବଶ୍ୟକତା ଅନୁସାରେ ଡ୍ୟାନ୍ସ କରିପାରିବେ କଳାକାର |ଏଥି ସହିତ କୋଭିଡ ଗାଇଡ଼ ଲାଇନ ଉଲଂଘନକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ନିର୍ଦ୍ଧେଶ ଦେଇଛନ୍ତି |

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here