ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0
373

ଆସ୍କା(ଜଗନ ପଣ୍ଡା)ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ବଡଖୋଲି ଗ୍ରାମ ତ୍ରିନାଥ ଠାକୁର ମଣ୍ଡପ ନିକଟରେ ଜଣେ ବ୍ୟକ୍ତି ଙ୍କ ଝୁଲନ୍ତା ଶବ ମିଳିଛି |ସୂଚନା ଅନୁଯାୟୀ ସେହି ଗ୍ରାମର କଂଗ୍ରେସ ସେଠି (୪୫)ଙ୍କ ଶଳା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମର ଉଛବ ସେଠୀଙ୍କ ପୁଅ ପ୍ରମୋଦ ସେଠୀ(୩୨) ଗତକାଲି କଂଗ୍ରେସ ଙ୍କ ଘରକୁ ବୁଲିବାକୁ ଆସିଥିଲା । ଫୋନ ଯୋଗେ ମୁଁ ଆଜି ମରିଯିବି ବୋଲି ସମସ୍ତଙ୍କୁ କହିଥିଲା।କଂଗ୍ରେସ ଯେତେ ବୁଝାଇଲେ ବି ପ୍ରମୋଦ ବୁଝିବାକୁ ପ୍ରସ୍ତୁତ ନଥିଲା ।ଏହା ପରେ ଗତ କାଲି ରାତିରେ ବଡଖୋଲି ଗାଁ ନିକଟସ୍ଥ ତ୍ରିନାଥ ଠାକୁର ମନ୍ଦିର ପାଖରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ନେଇ କଂଗ୍ରେସ ସେଠୀ ଆସ୍କା ଥାନା ରେ ଲିଖିତ ଏତଲା ଦେଇଛନ୍ତି ।ପୋଲିସ କେଶ ନମ୍ବର ୨୦/୨୦ ରେ ମାମଲା ରୁଜୁ କରି ଶବକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠେଇବା ସହ ତଦନ୍ତ ଜାରୀ ରଖିଛି ।

LEAVE A REPLY

Please enter your comment!
Please enter your name here