ବଲ ବେଡ଼ମିଣ୍ଟନ ପ୍ରତିଯୋଗିତା ଆୟୋଜନ

0
311

ଉମରକୋଟ(ନ୍ୟୁଜଏକ୍ସଟ୍ରା) ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ବଲ ବେଡ଼ମିଣ୍ଟନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା।ଏହି ପ୍ରତିଯୋଗିତା ରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ରାୟଗଡା ଓ ଗଜପତି ଜିଲ୍ଲା ର ମୋଟ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତା ରେ ସମୁଦାୟ ୧୬୦ ଜଣ ଖେଳାଳି ମହିଳା ଓ ପୁରୁଷ ସହ ପରିଚାଳନା ଦାଇତ୍ୱ ରେ ଥିବା ୨୦ ଜଣ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ବକ୍ତା ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ ,ଅତିଥି ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମନୋରଞ୍ଜନ ପ୍ରହରାଜ,ଆନ୍ତ କ୍ରୀଡା ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ,ଜିଲ୍ଲା ଛାତ୍ର ବିଜୁ ଜନତା ଦଳର ସଭାପତି ସୁଧାଂଶୁ ଦାଶ, ବ୍ଲକ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର, କ୍ରୀଡ଼ାବିତ ଅଶୋକ କୁମାର ସାହୁ,ବଲ ବେଡ଼ମିଣ୍ଟନ ସଭାପତି ଏମ.ବିଜୟ କୁମାର,ସମ୍ପାଦକ ସପନ କୁମାର ବୈରାଗୀ, ସହ ସମ୍ପାଦକ କାବୁଲ ସନ୍ତ୍ରା ପ୍ରମୁଖ ଉପସ୍ଥିତ ଥିଲେ।କୋରନା କଟକଣାକୁ ଦୃଷ୍ଟିରେ ରଖି ଏହି ଖେଳକୁ ଚାରୋଟି ଭାଗରେ ଭାଗ କରାଯାଇ ଥିଲା। ନବରଙ୍ଗପୁର ଜିଲ୍ଲା କୁ ଡ଼ି ଯୋନ(D Zone) ଭାବେ ଘୋଷଣା କରାଯାଇଥଲା।ଏହି ଆଠଟି ଟିମ ମଧ୍ୟରୁ ରାୟଗଡା ଓ ଗଜପତି ଜିଲ୍ଲା ଟିମ ପଏଣ୍ଟ ତାଲିକାରେ ଶୀର୍ଷରେ ଥିବାରୁ ଏହି ଦୁଇଟି ଟିମକୁ କ୍ୱାଟର ଫାଇନାଲ୍ର ଖେଳିବାକୁ ଜଗତସିଂହପୁର ପଠାଯିବ ବୋଲି ସୂଚନା ଦେଇଛନ୍ତି ବଲ ବେଡ଼ମିଣ୍ଟନ ସମ୍ପାଦକ ସପନ ବୈରାଗୀ। ଉମରକୋଟ ରେ indoor ଷ୍ଟାଡିୟମ କରାଯିବା ପାଇଁ ସାଂସଦ ଙ୍କୁ ପ୍ରସ୍ତାବ ଦିଆଯାଇଥିଲା।ସାଂସଦ କୌଣସି ପାଣ୍ଠି ରୁ indoor ଷ୍ଟାଡିୟମ ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ରିପୋର୍ଟ :କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here