ଗଞ୍ଜାମ ଜିଲ୍ଲା ପ୍ଲମ୍ବର ୱାର୍କମେନସ୍ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ

0
283

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ପ୍ଲମ୍ବର ୱାର୍କମେନସ୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ମା’ ବୁଢ଼ିଘରା ମନ୍ଦିର ପ୍ରାଙ୍ଗଣରେ ମାର୍ଚ୍ଚ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତ ଏକାଦଶ ଥର ପାଇଁ ପୁଣି ସର୍ବସମ୍ମତି କ୍ରମେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବିକ୍ରମ ସାହୁ – କାର୍ଯ୍ୟକାରୀ ସଭାପତି, ଶିବରାମ ନାୟକ – ଉପ ସଭାପତି, ଲକ୍ଷ୍ମୀ ନାରୟଣ ପ୍ରଧାନ – ସମ୍ପାଦକ, ପୀତବାସ ସାମନ୍ତରା – ସହସମ୍ପାଦକ, ଅର୍ଜୁନ ପାତ୍ର – କାର୍ଯ୍ୟକାରୀ ସମ୍ପାଦକ, ଏ. କୃଷ୍ଣମୂର୍ତ୍ତୀ ପାତ୍ର – କୋଷଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବ ବେଳେ ଆଇନଜୀବୀ ପ୍ରମୋଦ ସାହୁ – ଉପଦେଷ୍ଟା ଭାବେ ମନୋନିତ ହୋଇଛନ୍ତି। କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସୁବାସ ସାହୁ, ଟୁକୁନା ଗୌଡ, ଦଣ୍ଡ ଦାସ, ୟୁ. ଲକ୍ଷ୍ମୀ, ରବୀନ୍ଦ୍ର ପାତ୍ର, ଧୋବା ସାହୁ, ଆନନ୍ଦ ସାହୁ, ମହେନ୍ଦ୍ର ଗୌଡ, ଜି. ତ୍ରିନାଥ,ଓ ସନ୍ତୋଷ ପଟ୍ଟନାୟକ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ସମସ୍ତ ସଦସ୍ୟ ସମାଜ ପାଇଁ ଉତ୍ତମ କାର୍ଯ୍ୟ କରିବା ସହ ପରିବାରର ସ୍ବାସ୍ଥ୍ୟ, ଶିକ୍ଷା ପ୍ରତି ଯତ୍ନବାନ୍ ହେବା ନିମନ୍ତେ ସଭାପତି ଶ୍ରୀ ସାବତ ପରାମର୍ଶ ଦେଇଥିଲେ।

ରିପୋର୍ଟ ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here