ବୁଗୁଡା ବାର ଆସୋସିଏସନ ନିର୍ବାଚନ : ଚାରି ପଦବୀ ପାଇଁ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା

0
307

ବୁଗୁଡା(ନ୍ୟୁଜଏକ୍ସଟ୍ରା) ବୁଗୁଡା ବାର ଆସୋସିଏସନ ନିର୍ବାଚନ ମାର୍ଚ୍ଚ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ମାର୍ଚ୍ଚ ୧୪ ତାରିଖ ଦିନ ନିର୍ବାଚନ ଅଧିକାରୀ ଆଡଭୋକେଟ ସତ୍ୟ ନାରାୟଣ ମିଶ୍ର ପ୍ରକାଶ କରିଛନ୍ତି। ସଭାପତି ପଦବୀ ପାଇଁ ବନମାଳୀ ମହାରଣା ଓ ହର ପ୍ରସାଦ ଦାସଙ୍କ ମଧ୍ୟରେ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା ହେଉଥିବା ବେଳେ ଉପସଭାପତି ପଦବୀ ପାଇଁ ପ୍ରକାଶ ଚନ୍ଦ୍ର ଆରୁଖ ଓ ରାଜା କିଶୋର ଦାଶ, ସମ୍ପାଦକ ପଦବୀ ପାଇଁ ସୁଜିତ କୁମାର ସ୍ୱାଇଁ ଓ ସୁଶାନ୍ତ କୁମାର ଡାକୁଆ, ଏବଂ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ସନ୍ତୋଷ କୁମାର ଜେନା ଓ ସୀମାଞ୍ଚଳ ନନ୍ଦ ଙ୍କ ମଧ୍ୟରେ ଦ୍ଵିମୁଖୀ ଲଢେଇ ହେଉଥିବା ଜଣାପଡ଼ିଛି। ମୁଖ୍ୟ ଚାରି ଗୋଟି ପଦବୀ ପାଇଁ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା ହେଉଥିବା ବେଳେ କୋଷଧ୍ୟକ୍ଷ ପଦବୀ ପାଇଁ ମାନସ ରଞ୍ଜନ ଦାଶ ଜଣେ ପ୍ରାର୍ଥୀ ଥିବାବେଳେ କାର୍ଯ୍ୟକାରୀ କମିଟି ୩ ଟି ପଦବୀ ପାଇଁ ଅନିଲ କୁମାର ପଟ୍ଟନାୟକ ଓ ମନୋଜ କୁମାର ପାଣିଗ୍ରାହୀ ପ୍ରାର୍ଥୀ ଥିବା ବେଳେ ଅନ୍ୟ ଏକ କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ କେହିମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି। ଯାହା ଦ୍ୱାରା କୋଷଧ୍ୟକ୍ଷ ଓ ଦୁଇ କାର୍ଯ୍ୟକାରୀ କମିଟି ସଦସ୍ୟ ଅପ୍ରତିଦ୍ବନ୍ଦି ହୋଇଛନ୍ତି। ବୁଗୁଡା ବାର ଆସୋସିଏସନ ନିର୍ବାଚନ ଭୋଟଦାନ ପାଇଁ ମୋଟ ୫୧ ଜଣ ସଦସ୍ୟଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here