“ବନାଗ୍ନି ପ୍ରଶମନ ସଚେତନତା କର୍ମଶାଳା”ଅନୁଷ୍ଠିତ

0
290

ଆସିକା (ନ୍ୟୁଜ ଏକ୍ସଟ୍ରା) ଆଜି ଷଡ଼ଙ୍ଗୀପଲ୍ଲୀ ବନପାଳ କାର୍ଯ୍ୟାଳୟ ପରିସରରେ ଆସ୍କା ବନାଞ୍ଚଳ, ଘୁମୁସର ଦକ୍ଷିଣ ବନଖଣ୍ଡ, ଭଞ୍ଜନଗର ଦ୍ୱାରା “ବନାଗ୍ନି ପ୍ରଶମନ ସଚେତନତା କର୍ମଶାଳା”ଅନୁଷ୍ଠିତ ହୋଇଯାଇଥିଲା l ଏଥିରେ ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହେରା ଓ ଆସ୍କା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ସାହୁ ଅତିଥି ଭାବେ ଯୋଗଦେଇ ବନାଗ୍ନିର ନିୟଂତ୍ରଣ, ବୃକ୍ଷ ରୋପଣ ଏବଂ ତାହାର ଯତ୍ନ ସହ ଗଞ୍ଜାମ ମାଟିର ବନାଞ୍ଚଳକୁ ଭୁରି ଭୁରି ପ୍ରଶଂସା କରିଥିଲେ l ଫରେଷ୍ଟର ସାନ୍ତୁନୁ ନାୟକ, କଳ୍ପନା କୁମାର ପ୍ରଧାନ, ପ୍ରଦୀପ କୁମାର ମିଶ୍ର ଓ ସମସ୍ତ ଫରେଷ୍ଟ ଗାର୍ଡ ଏବଂ ଟ୍ରି ଫାଉଣ୍ଡେସନ, ଶେରଗଡ଼ର ସମ୍ପାଦକ ନିରାକାର ବିଷୋୟୀ, ଜାଇକା ଅନୁଷ୍ଠାନର ମୁଖ୍ୟ ସୋରେନ ମିଶ୍ର, ବରମୁଣ୍ଡଳୀର ପଣ୍ଡା ବାବୁ ଯୋଗଦେଇ “ବନର ସୁରକ୍ଷା, ନିଆଁ ଦାଉରୁ ରକ୍ଷା ଏବଂ ପ୍ରଚୁର ବୃକ୍ଷରୋପଣ ପାଇଁ “ଆଲୋଚନା କରିଥିଲେ l ସମସ୍ତ ଭି.ଏସ.ଏସ ଏବଂ ଖିରିଡ଼ା, ମଛାକୋଟ,ବନ୍ଧଗୁଡା, କରଡ଼ାକଣା ପଂଚାୟତର ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here