କଳିଙ୍ଗା ଘାଟିରେ ତେଲ ବୋଝେଇ ଟ୍ରକ ଓଲଟିଲା

0
259

ବାଲିଗୁଡ଼ା(ନ୍ୟୁଜଏକ୍ସଟ୍ରା): କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଏକ ରିଫାଇନ ତେଲ ବୋଝେଇ ଟ୍ରକ ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି | ଘଟଣାସ୍ଥଳରେ ରିଫାଇନ ତେଲ ରାସ୍ତା କଡରେ ଛିଟିକି ପଡିଛି |ଗାଡ଼ି ଓଲଟି ତେଲ ପ୍ୟାକେଟ ବିକ୍ଷିପ୍ତ ହୋଇ ପଡ଼ିଥିବା ବେଳେ ଲୋକେ ତାହାକୁ ବୋହି ନେଇଥିବା ଜଣାଯାଇଛି। ଖବର ପାଇ ଜି.ଉଦୟଗିରି ପୋଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ମେଡିକାଲ କୁ ପଠାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଗାଡି କିପରି ଓଲଟିଲା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି |

ରିପୋର୍ଟ :ସଂଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here