ନବ ନିଯୁକ୍ତ ମହାନଗରର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ

0
357

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଆଜି ସକାଳ ୯ ଘଣ୍ଟା ସମୟରେ ବ୍ରହ୍ମପୁର ମହାନଗରର ନବ ନିଯୁକ୍ତ ସଭାପତି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ୱାର୍ଡ ନଂ ୨ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ଯୁବକ ସଂଘ ,ମା ମହୁରୀ କାଳୁଆ ଅଟୋ ସଂଘ ଓ ସ୍ତାନୀୟ ଅଞ୍ଚଳ ବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅଞ୍ଚଳର ନବ ନିଯୁକ୍ତ ସଭାପତି ଅଜିତ ପଣ୍ଡା,ଆଈ ଟି ସେଲ କୋଡିନେଟର ଯୁବ ଆଇନଜୀବୀ ଅସିତ ସାବତ,ଉପ ସଭାପତି ଆଇନଜୀବୀ ବି ଦୁର୍ଗା ରାଓ,ସଧାରଣ ସମ୍ପାଦକ ପୁର୍ବତନ କର୍ପୋରେଟର ରାଜେଶ୍ବର ବେହେରା,ସମ୍ପାଦକ ଗୌରବ ସେଠୀ, ଭଗବାନ ସାହୁ, କେ ମୁନା ରେଡୀ ଓ ହରିଶ୍ଚନ୍ଦ୍ର ସେଠିଙ୍କୁ ସମ୍ବର୍ଦ୍ଦନା ଜ୍ଞାପନ କରଯାଇଛି। ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ କର୍ପୋରେଟର ଉଦ୍ଧବ ବିଷୟୀ,ଏନ ଆପାରାଓ ରେଡୀ,ଲକ୍ଷ୍ମୀ ସେଠୀ,ଭାନୁମତି ବିଶୋୟୀ,ଏନ ଟେଟେଶ୍ୱରୀ ଦେବୀ ଓ ମା ମହୁରୀ କାଳୁଆ ଅଟୋ ସଂଘର ସଭାପତିଙ୍କ ସମେତ ଅଟୋ ସଂଘର ସମସ୍ତ ସଦସ୍ୟ ଓ ଅଞ୍ଚଳ ବାସୀଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ତିତ ରହି ନବ ନିଯୁକ୍ତ ବିଜୁ ଯୁବ ଜନତା ଦଳ ଯୁବ କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ନବ ନିର୍ବାଚିତ ଯୁବ ଜନତା ଦଳର କର୍ମକର୍ତ୍ତା ଆଗାମୀ ଦିନରେ ସମସ୍ତେ ସହର ତଥା ଅଞ୍ଚଳର ବିକାଶ ପାଇଁ ସଦାସର୍ବଦା ଲଢେଇ କରିବେ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here