୩ ଟି କେନ୍ଦ୍ରରେ ଟିକା ନେଲ ୩୮୮ ଜଣ

0
284

ବୁଗୁଡା(ନ୍ୟୁଜଏକ୍ସଟ୍ରା) ଏକ ସପ୍ତାହର ବ୍ୟବଧାନ ପରେ ମାର୍ଚ୍ଚ ୧୨ ତାରିଖ ଦିନ ବରିଷ୍ଠ ନାଗରିକ ଓ ୪୫-୫୯ ବର୍ଷର ବିଶେଷ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ବୁଗୁଡା, ମାଣିତରା ଓ ବାଲିପଦର ମେଡ଼ିକାଲର ଟୀକା ଦାନ କେନ୍ଦ୍ରରେ ମୋଟ ୩୮୮ ଜଣଙ୍କୁ ଟୀକା ଦିଆ ଯାଇଛି। ୩୮୮ ଜଣଙ୍କ ମଧ୍ୟରୁ ବୁଗୁଡାରେ ୧୨୨ ଜଣ, ବାଲିପଦରରେ ୧୧୮ ଜଣ ଓ ମାଣିତରା ରେ ୧୪୮ ଜଣଙ୍କୁ ଟୀକା ଦିଆଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୩୨୩ ଜଣ ବରିଷ୍ଠ ନାଗରିକ , ୫୫ ଜଣ ୪୫-୫୯ ବର୍ଷର ବିଶେଷ ସ୍ୱାସ୍ଥ୍ୟ କାରଣ, ୧ ଜଣ କରୋନା ଯୋଦ୍ଧା ପ୍ରଥମ ଟୀକା ନେଇଥିବା ବେଳେ ଅବଶିଷ୍ଟ ୯ ଜଣ ଦ୍ୱିତୀୟ ଟୀକା ନେଇଛନ୍ତି। ପ୍ରତି ଶନିବାର ଓ ରବିବାର ଏବଂ ସରକାରୀ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନରେ ୩ ଟି କେନ୍ଦ୍ରରେ ଟୀକା ଦିଆ ଚାଲୁରହିବା ବୋଲି ବୁଗୁଡା ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଓ ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି।

ରିପୋର୍ଟ :ଅନିଲ କୁମାର maharana

LEAVE A REPLY

Please enter your comment!
Please enter your name here