ବିଧାୟକଙ୍କ ଦ୍ଵାରା ୪ ଟି ପ୍ରକଳ୍ପ ଉଦଘାଟିତ

0
296

ବୁଗୁଡା(ନ୍ୟୁଜ ଏକ୍ସଟ୍ରା)ବୁଗୁଡା ବ୍ଲକ ଅନର୍ଗତ ଶଙ୍କୁରୁ ଗ୍ରାମ ପଞ୍ଚାୟତର ୩ ଟି ଗ୍ରାମରେ ୪ଟି ପ୍ରକଳ୍ପକୁ ମାର୍ଚ୍ଚ ୧୨ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି। ବିଧାୟକ ଶ୍ରୀ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଥବା ୪ ଟି ପ୍ରକଳ୍ପ ହେଲା, ଶଙ୍କୁରୁ ଗ୍ରାମର ପଠାଗାର ଓ ସୂଚନା କେନ୍ଦ୍ର ଗୃହ ଓ ଶ୍ରୀ ଭାଗବତ ସ୍ୱାମୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ, କାନକୁଟୁରୁ ଗ୍ରାମର ହରିଜନ ସାହି କୋଠା ଗୃହ ଏବଂ ଘୋଳପୁର ଗ୍ରାମର ଧୋବା ସାହି କୋଠ ଗୃହ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଏବଂ ସମ୍ମାନିତ ଅତିଥି ଭାବେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ଓ ଯନ୍ତ୍ରୀ ସୁକାନ୍ତ ବେହେରା ଯୋଗଦେଇଥିଲେ। ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରୁ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ବରୁଣ ସେନାପତି, ରାଖଲ ଦାସ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଯୋଗଦେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here