କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ

0
347

ଆସିକା (ନ୍ୟୁଜଏକ୍ସଟ୍ରା) କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ ଯାତ୍ରା l ଗଞ୍ଜାମର ଦଣ୍ଡନାଚ ହେଉଛି ବେସ ଲୋକ ପ୍ରିୟ ଏବଂ ଦୀର୍ଘ ବର୍ଷର ପୁରଣା ଏହାର ପରମ୍ପରା ରହିଛି l ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାପାଳ ଦଣ୍ଡନାଚ ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଏହାକୁ ନେଇ ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି l ଏହି କଟକଣା କୁ ମାନି ଆଜି କବିସୂର୍ଯ୍ୟନଗର ତିନୋଟି ଯାକ ଅନୁଷ୍ଠାନ ପରିଡା ପାର୍ଟି, ଧୋବା ପାର୍ଟି, ମାଝୀ ପାର୍ଟି ପକ୍ଷରୁ ସକାଳୁ ମାଙ୍କ ନୀତି କାର୍ଯ୍ୟ ସାରି ମନ୍ଦିର ନିକଟ ପୋଖରୀରେ ପାଣିଦଣ୍ଡ ସାରି ଅପରାହ୍ନ ରେ ସହର ପରିକ୍ରମା କରାଯାଇ ମାନସିକ ଧାରିଙ୍କ ଘର ସାମ୍ନାରେ ପରମ୍ପରା ଅନୁଯାଇ ଏବଂ କରୋନା କଟକଣା କୁ ମାନି ଦଣ୍ଡନାଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଯାତ୍ରା ଆସନ୍ତା ଏକୋଇଶି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here