ମହାଶିବରାତ୍ରି ଉପଲକ୍ଷେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଦୀପ ପ୍ରଜ୍ଜ୍ୱଳନ ଓ ସାଂସ୍କୃତିକ କାର୍ଯ୍ୟ

0
260

ବୁଗୁଡା(ନ୍ୟୁଜ ଏକ୍ସଟ୍ରା) ସୁରତରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭେସ୍ଥାନ ଅଞ୍ଚଳରେ ମହାଶିବରାତ୍ରି ଉପଲକ୍ଷେ ମହାଦେବଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଶ୍ରୀ ସାହୁ ଓଡ଼ିଶାର ପରମ୍ପରା ଓ ସଂସ୍କୃତି ଅତି ଉଚ୍ଚ କୋଟିର ବୋଲି ପ୍ରକାଶ କରିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି ପାଇଁ ଆମ ଓଡ଼ିଆ ଜାତି ଆଜି ସାରା ବିଶ୍ୱରେ ପରିଚିତ ବୋଲି ପ୍ରକାଶ କରିଥିଲେ। ଶ୍ରୀ ସାହୁ ଯେଉଁ ସ୍ଥାନରେ ବକ୍ତବ୍ୟ ଦେବା ମଧ୍ୟରେ ପ୍ରବାସୀ ଓଡ଼ିଆଙ୍କ ଉନ୍ନତି ଓ ସୁରକ୍ଷା ବିଷୟରେ ନିଶ୍ଚିତ କିଛି କହିଥାନ୍ତି। ଏହି କାର୍ଯ୍ୟକ୍ରମରେ ମଧ୍ୟ ସେ ପ୍ରବାସୀ ଓଡ଼ିଆ ଭାଇ ଭଉଣି ମାନଙ୍କୁ ଅନୁରୋଧ କରି ଥିଲେଯେ, ସମସ୍ତେ ମାତ୍ର ଦୁଇ ଶହ ଟଙ୍କା ପ୍ରିମୀୟମ ଦେଇ ୧୦ ଲକ୍ଷ ଟଙ୍କାର ବୀମା ଯୋଜନା କରନ୍ତୁ। ସୁରାଟର କୌଣସି ଫ୍ୟାକ୍ଟେରିରେ ବୀମା ଓ ପିଏଫ ଯୋଜନା କରୁନଥିବା ଯୋଗୁଁ ଟ୍ରଷ୍ଟ ଗୁଜରାଟ ସରକାର ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି କମ୍ ପ୍ରିମୀୟମରେ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା କାର୍ଯ୍ୟକାରୀ କରାଯାଇଛି। ସେଥିପାଇଁ ଏହାର ସୁଯୋଗ ନେବାକୁ ସେ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସଙ୍ଗଠକ ଜୟରାମ ଭାଇ, ରୁନୁ ଭାଇ, ତ୍ରିଲୋଚନ ଭାଇ, ସରୋଜ ଭାଇ,ଓ ସଞ୍ଜୟ ଭାଇ ଯୋଗ ଦେଇଥିବା ବେଳେ ମନୋଜ ଭାଇ, କାଳୁ ଭାଇ, ଓ କବିରାଜ ଭାଇ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ସିଦ୍ଧାର୍ଥ ନଗରର ଶ୍ରୀ ଶିବଶକ୍ତି ସାଂସ୍କୃତିକ ମଣ୍ଡଳୀ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ଏଥିସହ ଶଶୁ ମାନଙ୍କ ଦ୍ୱାରା ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହିପରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରାଟ ମହାନଗରରେ ଥିବା ପ୍ରବାସୀ ଓଡିଆମାନେ ମାନେ ଏକାଠି

LEAVE A REPLY

Please enter your comment!
Please enter your name here