ଭକ୍ତ ଶୂନ୍ୟ ପଞ୍ଚ ମହାଦେବ ପୀଠ ବୁଦ୍ଧଖୋଲ

0
293

ବୁଗୁଡା(ନ୍ୟୁଜ ଏକ୍ସଟ୍ରା ) ଆଜି ପବିତ୍ର ମହାଶିବରାତ୍ରି। ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲରେ। ହେଲେ ଚଳିତ ବର୍ଷ କୋଭିଡ଼ି କଟକଣା ଯୋଗୁଁ ପ୍ରସିଦ୍ଧ ପଞ୍ଚ ମହାଦେବପୀଠ ବୁଦ୍ଧଖୋଲରେ ଦେଖିବାକୁ ମିଳିନାହିଁ ସେହି ଜନସମୁଦ୍ର। ବୁଦ୍ଧଖୋଲରେ ପ୍ରତିଷ୍ଠିତ ପଞ୍ଚ ମହାଦେବ, ଶ୍ରୀ ଗଙ୍ଗାଧରେଶ୍ୱର, ମକରେଶ୍ବର, ଜଗଦୀଶ୍ବର, ସିଦ୍ଧେଶ୍ୱର ଓ ବୁଦ୍ଧେଶ୍ବର ଙ୍କୁ କେବଳ ପୂଜକମାନେ ନୀତିନିୟମ ପ୍ରକାରେ ପୂଜା କରିଥିବା ବେଳେ କାଁ ଭାଁ କିଛି ଭକ୍ତଙ୍କୁ ଦେଖିବାକୁ ମିଳିଥିଲା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୁଦ୍ଧଖୋଲର ପ୍ରକୃତିର ଦାନ ସେହି ଝରଣା ପାର୍ଶ୍ୱ ଓ ମନ୍ଦିର ପାର୍ଶ୍ଵରେ ହଜାର ହଜାର ପ୍ରଦୀପ ପ୍ରଜ୍ଵଳିତ ହୋଇ ହସି ଉଠିଥାନ୍ତ ପଞ୍ଚ ମହାଦେବପୀଠ ଆଜିର ଦିନରେ। ହେଲେ ସବୁ ସେହି ଶ୍ରୀ ଗଙ୍ଗାଧରେଶ୍ୱର ପ୍ରଭୁଙ୍କ ଇଚ୍ଛା।

ରିପୋର୍ଟ ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here