ପବିତ୍ର ଜାଗର ଅବସରରେ ପରମପିତା ପରମାତ୍ମାଙ୍କ “ଏବେ ନୁହେଁ ତ କେବେ ନୁହେଁ” ବାର୍ତ୍ତା

0
249

ବେଗୁନିଆପଡା(ନ୍ୟୁଜ ଏକ୍ସଟ୍ରା) ପବିତ୍ର ଜାଗର ଯାତ୍ରା ତଥା 85ତମ ଶିବ ଜୟନ୍ତୀ ଅବସରରେ ପରମପିତା ପରମାତ୍ମା ଶିବଙ୍କ ଆତ୍ମିକ ସନ୍ତାନ ମାନଙ୍କୁ ସ୍ନେହପୁର୍ଣ ଈଶ୍ୱରୀୟ ନିମନ୍ତ୍ରଣ ସ୍ୱରୂପ ଭକ୍ତ ସମୂହ ଗାଁ ଗାଁ ପରିକ୍ରମଣ କରି ପ୍ରଜାପିତା ବ୍ରହ୍ମକୁମାରୀ ଙ୍କ “ଏବେ ନୁହେଁ ତ କେବେ ନୁହେଁ”ବାର୍ତ୍ତା କୁ ଲୋକଙ୍କ ଗହଣ ରେ ପହଞ୍ଚାଇ ଥିଲେ |ସାମୁହିକ ମାନବ କଲ୍ୟାଣ ଉଧ୍ୟେଶରେ କରାଯାଉଥିବା ନିସ୍ଵାର୍ଥ ସେବା ପାଇଁ ବ୍ରମହାକୁମାରୀ ସଂସ୍ଥା ତରଫରୁ ଏହି ଉଦ୍ୟମ କୁ ସ୍ଥାନୀୟ ବାସୀ ଖୁବ ଉତ୍ସଚ୍ଛୁକତା ର ସହିତ ଗ୍ରହଣ କରିଥିବା ଦେଖିବାକୁ ମିଳିଛି |ପ୍ରକାଶପୁଞ୍ଜ ଦେଶରୁ ଆସି ସୁଖ ଶାନ୍ତିର ବରଦାନ ଦେବା ଉଧେଶ୍ୟ ରେ ଜ୍ଞାନଯଜ୍ଞ ରଚନା କରି ପ୍ରିୟ ସନ୍ତାନ ମାନଙ୍କୁ କାମ, କ୍ରୋଧ, ଲୋଭ, ମୋହ, ମାୟା, ଅହଂକାର ପ୍ରଭୃତି ମନୋବିକାର ଗୁଡିକୁ ଆହୁତି ଦେବା ସହିତ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ର ଶିକ୍ଷା ରୂପୀ ପ୍ରଭୁ ପ୍ରସାଦ ପ୍ରାପ୍ତି ଉଧ୍ୟେଶ ନେଇ ଏହି ଗ୍ରାମ ପରିକ୍ରମଣ ମାଧ୍ୟମରେ ନିମନ୍ତ୍ରଣ ଦିଆଯାଇଛି |ଏଥି ଅବସରରେ ସାଙ୍କୁଡ଼ା ପାଠଶାଳା ର ରାଜଲକ୍ଷ୍ମୀ ଭଉଣୀ,ମହାଲକ୍ଷ୍ମୀ ଭଉଣୀ,ମନୀଷା ଭଉଣୀ,ଶରତ ଭାଇ, ଜୟା ଭାଇ, ମହେଶ୍ୱର ଭାଇ, ସନ୍ତୋଷ ଭାଇ ଓ ଆଖପାଖର ସମସ୍ତ ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀ ଯୋଗ ଦେଇଥିଲେ |

ରିପୋର୍ଟ:ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here