ବ୍ଳକ୍ ସ୍ତରୀୟ ଛେଳି ଓ ମେଣ୍ଢା ପାଳନ ଦକ୍ଷତା ଅଭିବୃଦ୍ଧି ତାଲିମ୍ ଶିବିର ଉଦ୍‌ଘାଟିତ

0
257

ବେଲଗୁଣ୍ଠା(ଶିବରାମ ଚୌଧୁରୀ ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପ୍ରାଣୀ ଚିକିତ୍ସାଳୟ ପରିସରରେ ଏକ ଦୁଇ ଦିନିଆ ଛେଳି ଓ ମେଣ୍ଢା ପାଳନ ଦକ୍ଷତା ଅଭିବୃଦ୍ଧି ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ଭଞ୍ଜନଗର ଏସଡିଭିଓ ବନମାଳୀ ସାହୁ ଉଦ୍ଘାଟନ କରିଥିବା ବେଳେ ପ୍ରଶିକ୍ଷିକା ଭାବେ ତାରାସିଂ ଭିଏସ୍ ବିଜୟିନୀ ପଣ୍ଡା ଏବଂ ଗାଙ୍ଗପୁର ଭିଏସ୍ ମନସ୍ୱୀନୀ ମଣ୍ଡଳ ଯୋଗ ଦେଇ ମେଣ୍ଢା ପାଳକମାନଙ୍କୁ ଉନ୍ନତ ପ୍ରଣାଳୀରେ ଛେଳି ଓ ମେଣ୍ଢା ପାଳନ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ବିଭିଓ ଡକ୍ଟର୍ କାର୍ତ୍ତିକ ସାହୁ ପରିଚାଳନା କରିଥିବା ବେଳେ ଏଥିରେ 20 ଜଣ ମେଣ୍ଢା ପାଳକ ଅଂଶ ଗ୍ରହଣ କରିଥିଲେ Iରାଜ୍ୟ ସରକାରଙ୍କ ମହିଳା ଙ୍କୁ ଅଗ୍ରାଧିକାର ଦେଇ ସଂବୃଦ୍ଧ ଓ ସ୍ୱାବଲମ୍ବୀ କରିବା ଉଦେଶ୍ୟ ରେ ଆଠ ଜଣ ମହିଳା ଙ୍କୁ ସାମିଲ କରାଯାଇଥିଲା

LEAVE A REPLY

Please enter your comment!
Please enter your name here