ଅଦାଲତ ପରିସରରେ ବିଶ୍ୱ ମହିଳା ଦିବସ

0
295

ବୁଗୁଡା(ଅନିଲ କୁମାର ମହାରଣା )ବୁଗୁଡା ବିଚାର ବିଭାଗୀୟ ଅଦାଲତ ପରିସରରେ ମାର୍ଚ୍ଚ ୮ ତାରିଖ ଦିନ ବୁଗୁଡା ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି। ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ବିଚାରପତି ସୋନାଲି ଅପରାଜିତା ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ମହିଳା ମାନଙ୍କୁ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଆଲୋଚନା ଚକ୍ରରେ ଅଧିବକ୍ତା ହର ପ୍ରସାଦ ଦାଶ, ଅମର କୁମାର ପଟ୍ଟନାୟକ, ସିମାଞ୍ଚଳ ନନ୍ଦ, ପ୍ରଭାତ କୁମାର ଜେନା, ମିହୀରକାନ୍ତ ପାଣିଗ୍ରାହୀ, ସତ୍ୟନାରାୟଣ ମିଶ୍ର, ଓ ରାଜକିଶୋର ଦାଶ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ରିଟେନର ଆର୍ତ୍ତବନ୍ଧୁ ଖଡାଙ୍ଗା ସଂଯୋଜନା କରିଥିବା ବେଳେ କୋର୍ଟ କର୍ମଚାରୀ ପ୍ରଦୀପ କୁମାର ଶତପଥୀ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here