ପୋଲସରା ବିଧାୟକ ଦୁଇ ଦିନରେ ସାତ ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା

0
143

ପୋଲସରା/ବୁଗୁଡା :ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଡିସେମ୍ବର ୨୦ ଓ ୨୧ ତାରିଖ ଦିନ ପୋଲସରା ବ୍ଲକ ଓ ବୁଗୁଡା ବ୍ଳକର ଆକସ୍ମିକ ମୃତ୍ୟୁ ବରଣ କରିଥିବା ସାତ ଜଣଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।ପୋଲସରା ବ୍ଲକ୍ ଅନ୍ତର୍ଗତ ହୀରାପଲ୍ଲୀ ଗ୍ରାମର ବିଶ୍ୱନାଥ ଗୈଡ଼ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଡିସେମ୍ବର ୨୦ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ମଧୂପଲ୍ଲୀ ଗ୍ରାମର ଶୈଳ ବେହେରା ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଡିସେମ୍ବର ୨୦ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ତାକରଡ଼ା ଗ୍ରାମର ଦୁଇ ଜଣ ଗାଣ୍ଡୁ ନାୟକ ଓ ବିଶୁ ମୁଳି ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ୨୦ ତାରିଖରେ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଖୋଳଖାଳି ଗ୍ରାମର କମ୍ବୁପାଣି ସାମଲ ଜମ୍ମୁ କାଶ୍ମୀରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଡିସେମ୍ବର ୨୧ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କୁଆନଳା ଗ୍ରାମର ସବିତା ଗୌଡ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକର ଜେମାଦେଇପୁର ଶାସନ ଗ୍ରାମର ତ୍ରିନାଥ ସ୍ୱାଇଁ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ଡିସେମ୍ବର ୨୧ ତାରିଖ ଦିନ ମତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ନିର୍ବାଚନ ମଣ୍ଡଳୀର ଯେକୌଣସି ବ୍ୟକ୍ତିଙ୍କ ଆକସ୍ମିକ ମୃତ୍ୟୁ ବା ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ଖବର ଜାଣିଲେ ବିଧାୟକ ଶ୍ରୀକାନ୍ତ ସାହୁ ନିଶ୍ଚିତ ଭାବରେ ମୃତକଙ୍କ ପରିବାର ନିକଟକୁ ଯାଇଥାନ୍ତି। ଅସହାୟଙ୍କ ବ୍ୟକ୍ତିମାନଙ୍କ ସେବା ପାଇଁ ନିଜ ଗ୍ରାମ ହାତୀଓଟରେ ଏକ ଜରାଶ୍ରମ ପ୍ରତିଷ୍ଠା କରିଛନ୍ତି। ସେଠାରେ ପ୍ରାୟ ୪୦ ଜଣରୁ ଉର୍ଦ୍ଧ୍ବ ନିରାଶ୍ରୟ ବ୍ୟକ୍ତି ଶାନ୍ତିରେ ଉତ୍ତମ ଭାବେ ରହିଛନ୍ତି। ବିଧାୟକଙ୍କ ଏହିପରି ମହତ ଗୁଣ ପାଇଁ ସେ ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here