ଦୁର୍ଘଟଣାରେ ବୃଦ୍ଧ ଗୁରୁତର ଆହତ

0
312

ବେଲଗୁଣ୍ଠା(ଶିବରାମ ଚୌଧୁରୀ ) ଗତକାଲି ରାତ୍ର 8 ଘଣ୍ଟା 40 ମିନିଟ୍ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସିତ ହେଉଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଲକ୍ କୋକୋଲୁଣ୍ଡା ଗ୍ରାମର ସୁବାଷ ସାହୁ (63) ବେଲଗୁଣ୍ଠାରେ ଏକ ପେଟ୍ରୋଲ୍ ପମ୍ପରେ କାମ କରନ୍ତି I ଆଜି ସନ୍ଧ୍ୟା 8 ଘଣ୍ଟା 40 ମିନିଟ୍ ସମୟରେ ସେ ବେଲଗୁଣ୍ଠାରୁ ନିଜ କାମ ସାରି ନିଜ ଗ୍ରାମ ଅଭିମୁଖେ ସାଇକେଲ୍ ରେ ଯାଉଥିବା ବେଳେ ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା I କାର୍ ଧକ୍କା ଫଳରେ ଶ୍ରୀ ସାହୁ ରାସ୍ତା ଉପରେ ଛିଟିକି ତଳେ କଚାଡ଼ି ହୋଇ ପଡିବା ଫଳରେ ତାଙ୍କର ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I କିଛି ସ୍ଥାନୀୟ ଲୋକେ ସୁବାଷଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି I ଖବର ପାଇ ସୁବାଷଙ୍କ ଭାଇ ବସନ୍ତ କୁମାର ସାହୁ ମେଡ଼ିକାଲ୍ ରେ ପହଞ୍ଚିଛନ୍ତି I

LEAVE A REPLY

Please enter your comment!
Please enter your name here