ଡି ଏନ ଆର ସି ପକ୍ଷରୁ ବିଜୁ ଜୟନ୍ତି ପାଳିତ ।

0
315

ଆସିକା (ଜଗନ୍ନାଥ ସାହୁ ) ଦେବଦୂତ ନବୀନ ଗବେଷଣା କେନ୍ଦ୍ର ପକ୍ଷରୁ ଶାସନ ଆମ୍ବଗାଁ ବିଜୁ ପାଠାଗାର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମସଜନ୍ମ ଜୟନ୍ତି ପାଳିତ ହୋଇଯାଇଛି।ଏକ ସୁନ୍ଦର ଆଲୋଚନା ମାଧ୍ୟମରେ ବିଜୁବାବୁଙ୍କ ସ୍ମୃତି ଚାରଣ କରିବା ସହିତ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ବିଜୁ ବାବୁଙ୍କୁ ଭାରତ ରତ୍ନ ପୁରସ୍କାର ଦେବା ନିମନ୍ତେ ମତ ଉପସ୍ଥାପନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ଡି ଏନ ଆର ସି ର ପ୍ରତିଷ୍ଠାତା ଜନାଦ୍ଦନ ସ୍ବାଇଁ ଙ୍କ ତ୍ବତ୍ତାବଧନରେ ପରିଚାଳିତ ହୋଇଥିବା ବେଳେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା ପ୍ରଧ୍ୟାପକ ଅରବିନ୍ଦ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତ୍ବତ୍ତାବଧନରେ।ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ।ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ସଂଜୟ କୁମାର ସଢଙ୍ଗୀ ଯୋଗଦେଇ ବିଜୁ ବାବୁଙ୍କ ଅମର ଗାଥା ସମ୍ପର୍କରେ ବିସ୍ତୁତ ଆଲୋଚନା କରିଥିଲେ।ଅନ୍ୟାନ୍ୟ ଅତିଥି ରୂପେ ବରିଷ୍ଠ ସାହିତ୍ୟିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ,ସୁରେନ୍ଦ୍ର ପାଣିଗ୍ରାହୀ,ସିମାଞ୍ଚଳ ପଣ୍ଡା,ମହନ୍ତ ମହାରାଜ,କବି ଚିନ୍ମୟ ରଞ୍ଜନ ମିଶ୍ର,ରାଜେନ୍ଦ୍ର ପଣ୍ଡା,କିରଣ ନାୟକ,ଉମା ଶଂଙ୍କର ପ୍ରଧାନ,ପିଣ୍ଟୁ ସେଠୀ,ଚନ୍ଦନ ପ୍ରଧାନ,ଟିଲୁ ପ୍ରଧାନ,କବି ରତ୍ନାକର ଶୀୟ ପ୍ରମୁଖ ଯୋଗଦେଇ ମହାନାୟକ ବିଜୁ ବାବୁଙ୍କ ଗର୍ବ ଓ ଗୌରବର ଗାଥାକୁ ଉଜ୍ଜିବିତ କରିଥିଲେ।ଶାସନ ଆମ୍ବଗାଁ ସରପଞ୍ଚ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପୁଣ୍ଣ ଭାବେ ସହଯୋଗ ଓ ଉତ୍ସାହ ଭରିବା ସହିତ ବହୁ ଯୁବଗୋଷ୍ଠୀ ମାନଙ୍କୁ ଏକତ୍ରିତ କରି ବିଜୁ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ଅନୁପ୍ରାଣିତ କରିଥିଲେ ।ଶେଷରେ ଡି ଏନ ଆର ସି ର ପ୍ରାଣ ପ୍ରତିଷ୍ଠାତା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ପରିସମାପ୍ତି କରିଥିଲେ।

LEAVE A REPLY

Please enter your comment!
Please enter your name here