ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଜଳିଗଲା ଘର

0
275

ବୁଗୁଡା(ଅନିଲ କୁମାର ମହାରଣା ) ବୁଗୁଡା ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏକ ପରିବାରର ଘର ପୋଡିଯାଇଥିବା ଜଣାପଡିଛି। ଭାଗବାନପୁର ଗ୍ରାମର ପ୍ରଫୁଲ ଗୌଡ଼ଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ପକ୍କା ଘର ଆଗର ଚାଳ ଛପର ଘର ପୋଡି ଯିବା ସହ ପକ୍କା ଘରର କବାଟ, ଫ୍ୟାନ, ଖଟ ପ୍ରଭୃତି ପୋଡି ପାଉଁଶ ହୋଇଯାଇଛି। ବୁଗୁଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏଥିସହ ଭଗବାନପୁର ପାଞ୍ଚାୟତ ର ପାଣିକେଶ୍ୱର ଗ୍ରାମରେ ଏକ ପାଳଗଦାରେ ନିଆଁ ଲାଗି ଯାଇଥିବା ବେଳେ ବୁଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଭଗବାନପୁର ସରପଞ୍ଚ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ, କ୍ଷତିଗ୍ରସ୍ତଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here