ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ବୃତ୍ତି ପରୀକ୍ଷା ଫଳ ପ୍ରକାଶ

0
277

ବୁଗୁଡା(ଅନିଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ, ବ୍ରହ୍ମପୁର ଙ୍କ ଅଫିସ ଅର୍ଡର ନଂ ୩୬୨୭ ତାରିଖ ୦୪/୦୩/୨୦୨୧ ପ୍ରକାରେ ଗଞ୍ଜାମ ଜିଲ୍ଲାର ମାଧ୍ୟମିକ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ଯେଉଁ ଛାତ୍ରଛାତ୍ରୀ ବୃନ୍ଦ ଏହି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ନବମ ଓ ଦଶମ ଶ୍ରେଣୀ ର ୨୪ ମାସ ପାଇଁ ମାସିକ ୨୫୦ ଟଙ୍କା ଲେଖାଏଁ ବୃତ୍ତି ପାଇବେ। ଏହା ଗତ ୦୧/୦୪/୨୦୨୦ ଠାରୁ ଲାଗୁ ହେବ। ଡ଼ିଇଓ ଙ୍କ ନିର୍ଦ୍ଦେଶ ପତ୍ର ପ୍ରକାରେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ୮ ଜଣ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ★ବାଲିପଦର ହାଇ ସ୍କୁଲ ର (୧) ଅର୍ମାନ ଖାଡଙ୍ଗା, ★ସୋରଡ଼ ବାଲୁଙ୍କେଶ୍ୱର ହାଇ ସ୍କୁଲ ର (୨) ପୂଜା ନାୟକ ଓ (୩) ଶିବାନନ୍ଦ ବେହେରା, ★ବୁଗୁଡା ପିପୁଲସ ହାଇ ସ୍କୁଲ ର (୪) ଆୟୁଷ ପ୍ରସାଦ ହୋତା ଓ (୫) ଶୁଭାଶିଷ ଖଟେଇ, ★ବିରଞ୍ଚିପୁର ରାଧାକୃଷ୍ଣ ହାଇ ସ୍କୁଲ ର (୬)ତନ୍ମୟୀ କ୍ରିଷ୍ଣା ଷଡଙ୍ଗୀ ଓ (୭) ଦୀପକ କୁମାର ସାହୁ ଏବଂ ★ମାଣିତରା ରେଜିଓନାଲ ହାଇ ସ୍କୁଲ ର (୮) ଶୁଭମ୍ ସେଠୀ । ଯେଉଁମାନେ ଆର୍ଥିକ ଦୁର୍ବଳ ଶ୍ରେଣୀ ଏବଂ ଆଦିବାସୀ ଓ ହରିଜନ ଶ୍ରେଣୀ ପାଇଁ ସଂରକ୍ଷିତ ପ୍ରକାରେ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବେ ସେମାନଙ୍କ ଅଭିଭାବକ ବୃନ୍ଦ ଜାତିଗତ ଓ ବାର୍ଷିକ ଆୟ ଦେଢ଼ ଲକ୍ଷ ଟଙ୍କାରୁ କମ୍ ବୋଲି ଏକ ଲିଖିତ ସ୍ୱୀକୃତି ପତ୍ର ପ୍ରଦାନ କରିବେ।

LEAVE A REPLY

Please enter your comment!
Please enter your name here