ଏନ୍ଆରଟିଏସ୍ ପରୀକ୍ଷାରେ ବେଲଗୁଣ୍ଠା ଛାତ୍ରଛାତ୍ରୀଙ୍କ କୃତିତ୍ଵ

0
360

ବେଲଗୁଣ୍ଠା(ଶିବରାମ ଚୌଧୁରୀ ) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ଏନ୍ଆରଟିଏସ୍ ପରୀକ୍ଷାରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କୃତିତ୍ୱ ହାସଲ କରିଛନ୍ତି I ବେଲଗୁଣ୍ଠା ବ୍ଳକ୍ ଅର୍ନ୍ତଗତ ଜିରୋଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜସ୍ମୀନ ପାଣିଗ୍ରାହୀ, ଧୁମୁଛାଇ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଛାତ୍ର ଦ୍ୱିତୀକୃଷ୍ଣ ପରିଡ଼ା, ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମର ଛାତ୍ରୀ ଏଲିନା ଗୌଡ ଏବଂ ସ୍ମୃତିସ୍ମିତା ଜେନା, ବଡ଼ ଦୋଡ଼ଙ୍ଗା ମୋଡେଲ୍ ଉଚ୍ଚ ବିଦ୍ୟାଳୟର ଛାତ୍ର ଓଁ ଗୁରୁପ୍ରସାଦ ଦଳାଇ,ପାଇଲିପଡା ଏନ୍.ପି ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଛାତ୍ର ତସ୍ମୀ ରଞ୍ଜନ ନାଇକ, ବିଜୟ ଲକ୍ଷ୍ମୀ ଶରଣପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ମାନସ ରଞ୍ଜନ ଭୂୟାଁ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଇପ୍ସିତା ବେହେରା ଏବଂ ଅର୍ପିତା ପାତ୍ର ପ୍ରମୁଖ ଏନ୍ଆରଟିଏସ୍ ପରୀକ୍ଷାରେ ସଫଳତାର ଉତ୍ତୀର୍ଣ୍ଣ ହୋଇଛନ୍ତି I ଏହି ଛାତ୍ରଛାତ୍ରୀଙ୍କ ସଫଳତାରେ ସେମାନଙ୍କ ବିଦ୍ୟାଳୟ ଏବଂ ପରିବାରରେ ଖୁସିର ଲହରୀ ଖେଳି ଯାଇଛି I

LEAVE A REPLY

Please enter your comment!
Please enter your name here